Friday, January 31, 2025
spot_imgspot_imgspot_imgspot_img
Homeରାଜନୀତି୫ରେ ଭୋଟ ଦେବ ଦିଲ୍ଲୀ !

୫ରେ ଭୋଟ ଦେବ ଦିଲ୍ଲୀ !

ଘୋଷଣା ହେଲା ଦିଲ୍ଲୀ ନିର୍ବାଚନ ତାରିଖ ।

ଫେବ୍ରୁଆରୀ ୫ ତାରିଖରେ ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିବ । ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ । ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ଏଥର ୧.୫୫ କୋଟି ଭୋଟର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ । ଯାହା ଭିତରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଥର ଭୋଟର । ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ ରହିବ । ସମସ୍ତ ପୋଲିଂ ଷ୍ଟେସନରେ ଓ୍ୱେବକାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି । ଜାଣିରଖିବା ଉଚିତ୍ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମୁଖ୍ୟ ଭାବେ ଆପ୍, ବିଜେପି ଏବଂ କଂଗ୍ରେସ ରେସରେ ଅଛନ୍ତି । ଏହି ତିନି ଦଳ ହିଁ ନିର୍ବାଚନରେ ପରସ୍ପରକୁ ଟକ୍କର ଦେବେ । ତେବେ ତାରିଖ ଘୋଷଣା ପୂର୍ବରୁ ହିଁ ଆପ୍ ଆଉ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି, ଯାହାକୁ ନେଇ ସରଗରମ ହେଇଛି ଦିଲ୍ଲୀ ରାଜନୀତି । ଗତଥର ୨୦୨୦ ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବ୍ରୁଆରୀ ୮ ତାରିଖରେ ହେଇଥିଲା । ଆଉ ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ପଡିଥିଲା । ଯାହାର ରେଜଲ୍ଟ ଫେବ୍ରୁଆରୀ ୧୧ ତାରିଖରେ ଆସିଥିଲା । ଏହି ନିର୍ବାଚନରେ ଆପ୍ ଜିତାପଟ ହାସଲ କରିବା ସହିତ ଫେବ୍ରୁଆରୀ ୧୬ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ଗତ ଦୁଇ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ଟି ଆସନରୁ ୬୦ରୁ ଅଧିକ ସିଟ୍ ଜିତିଥିଲା । ୨୦୧୫ରେ ଆପ୍ ୬୭ ଆସନ ହାତେଇଥିବାବେଳେ, ୨୦୨୦ରେ ୬୨ ଆସନ ଜିତିଥିଲା । ସେହିଥର ବିଜେପି ୮ଟି ସିଟ୍ ଜିତିବାରେ ସକ୍ଷମ ହେଇଥିଲା । ଆଉ ଗତ ଦୁଇଟି ଯାକ ନିର୍ବାଚନରେ କଂଗ୍ରେସର ହାତ ଖାଲି ପଡିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments