Friday, January 31, 2025
spot_imgspot_imgspot_imgspot_img
Homeସ୍ବାସ୍ଥ୍ୟଭୟଙ୍କର ହେଉଛି HMPV ଭୂତାଣୁ !

ଭୟଙ୍କର ହେଉଛି HMPV ଭୂତାଣୁ !

ଭୟଙ୍କର ହେଉଛି HMPV ଭୂତାଣୁ !

ପୁଣି ଚିନ୍ତା ବଢାଇଲା ଚାଇନାର ନୂଆ ଭୂତାଣୁ । କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି । କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ (ଏଚଏମ୍ପିଭି) ଏବେ ଭାରତରେ ପଶିଛି । ଦେଶରେ ୬ ଏଚଏମ୍ପିଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ନାଟକରେ ୨ ଶିଶୁଙ୍କଠାରେ ଏଭଳି ଭୂତାଣୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସର୍ବସାଧାରଣରେ ମାସ୍କ ବ୍ୟବହାର ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗୁଜରାଟରୁ ଜଣେ ଏବଂ କୋଲକାତାରୁ ୧ ଏବଂ ଚେନ୍ନାଇରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏବଂ ସର୍ଭିଲାନ୍ସ ନେଟଓ୍ବର୍କ ସବୁପ୍ରକାର ସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି। ତେବେ ଏହି ଭୂତାଣୁ ଯୋଗୁ ଚାଇନାରେ ମଧ୍ୟ ଅବସ୍ଥା ବିଗିଡିବା ଆରମ୍ଭ କରିଛି । ୱୁହାନରେ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଏଠାରେ ୧୦ ଦିନରେ HMPV ମାମଲା ୫୨୯% ବୃଦ୍ଧି ପାଇଛି । ପିଲାମାନଙ୍କ ମଧ୍ୟରେ ବଢୁୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଣ୍ଟିବାୟୋଟିକ୍‌ ଔଷଧର ବହୁତ ଅଭାବ ରହିଛି । ଏପରିକି ଆଣ୍ଟିବାୟୋଟିକ୍‌ ଔଷଧର କଳା ବଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ ଆଣ୍ଟିବାୟୋଟିକ୍‌ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି। ଭୂତାଣୁ ସଂକ୍ରମଣ ବୃଦ୍ଧି ହେତୁ WHO ମଧ୍ୟ ଟେନସନରେ ଆସିଛି। ସେ ଚାଇନାରୁ HMPV ବିଷୟରେ ସମ୍ପୂର୍ଣ୍ଣ ସୂଚନା ମଗାଇଛନ୍ତି। ଚାଇନା ଏପର୍ଯ୍ୟନ୍ତ HMPV ମାମଲାରେ ତଥ୍ୟ ଲୁଚାଉଛି। ବର୍ତ୍ତମାନ ଏହି ଭୂତାଣୁ ଚାଇନାରୁ ବ୍ୟାପୀ ଭାରତ, ମାଲେସିଆ, ଜାପାନ, କାଜାଗସ୍ତାନରେ ପହଞ୍ଚିଛି। ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments