Friday, January 31, 2025
spot_imgspot_imgspot_imgspot_img
Homeରାଜନୀତିବୟସରେ କଟକଣା ଲଗାଇଲା ବିଜେପି !

ବୟସରେ କଟକଣା ଲଗାଇଲା ବିଜେପି !

ବିଜେପିର ଯୁଥ ଷ୍ଟ୍ରାଟେର୍ଜୀ ।

ଦେଶ ସହ ପ୍ରତି ରାଜ୍ୟ ହାତେଇବା ପାଇଁ ସଂଘର୍ଷ ଆରମ୍ଭ କରିଦେଇଛି ଭାରତୀୟ ଜନତା ପାର୍ଟୀ । ଦେଶର ଉନ୍ନତି ଲକ୍ଷ୍ୟ ନେଇ ଯୁବବର୍ଗକୁ ଶକ୍ତି କରିଛି ଭାଜପା । ବିଜେପିର ୟୁଥ୍ ଷ୍ଟ୍ରାଟେଜୀ ନେଇ ରାଜ୍ୟରେ ବଢିଛି ଚର୍ଚ୍ଚା । ଯୁବ ନେତାଙ୍କ ହାତରେ ଏବେ ଦଳର ଶକ୍ତି ବୃଦ୍ଧି ଦାୟିତ୍ବ । ମଣ୍ଡଳ ସଭାପତି ପାଇଁ ୩୫ରୁ ୪୫ ବର୍ଷ ଏବଂ ଜିଲ୍ଲା ସଭାପତି ନେତୃତ୍ୱ ନେବେ ୪୫ରୁ ୬୦ ବର୍ଷିୟ ନେତା। ଯୁବ ଏବଂ ଅଭିଜ୍ଞଙ୍କୁ ନେଇ ସଂଗଠନ ସୁଦୃଢ କରୁଛି ବିଜେପି । ଭାରତୀୟ ଜନତା ପାର୍ଟିର ନୂଆ ରଣନୀତି । ଏବେ ଯୁବ ନେତାଙ୍କ ହାତରେ ଦଳର ଶକ୍ତି ବୃଦ୍ଧି ଦାୟିତ୍ବ । ଜିଲ୍ଲାରେ ରଣନୀତି କରିବେ ଅଭିଜ୍ଞ ସହ ଯୁବ ନେତା । ଚାଲିଛି ବିଜେପିର ସାଙ୍ଗଠନିକ ନିର୍ବାଚନ। ମଣ୍ଡଳ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ଜିଲ୍ଲା ସଭାପତି ନିର୍ବାଚନ। ଆସନ୍ତା ୧୦ ତାରିଖ ବେଳକୁ ହେବ ଜିଲ୍ଲା ସଭାପତି ନିର୍ବାଚନ। ତେବେ ଏଥର ବିଜେପି ନେତା ବାଛିବାରେ ନୂଆ ରଣନୀତି ଆପଣେଇଛି ଦଳ। ମଣ୍ଡଳ ପାଇଁ ଅଭିଜ୍ଞ ବଦଳରେ ଯୁବ ନେତାଙ୍କୁ ଚୟନ କରିଛି ଦଳ । ଏନେଇ ବୟସ ସୀମା ରହିଛି ୩୫ରୁ ୪୫ ବର୍ଷ। ସେହିପରି ଜିଲ୍ଲା ସଭାପତି ପାଇଁ ନେତାଙ୍କ ବୟସ ୪୫ରୁ ୬୦ ବର୍ଷ ନିର୍ଦ୍ଧାରଣ କରାଯାଇଛି। ଯାହାଦ୍ୱାରା ଅଭିଜ୍ଞ ଓ ପୁରୁଖା ନେତାଙ୍କ ସମିଶ୍ରଣ ଏବେ ଜିଲ୍ଲା ସ୍ତରରେ ଦଳ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ତେବେ ବିଜେପିର ଏପରି ରଣନୀତି ପଛରେ କଣ ରହିଥାଇ ପାରେ କାରଣ। ସମୀକ୍ଷକଙ୍କ ମତରେ ଦଳ ନୂଆ ନେତାଙ୍କୁ ତିଆରି କରିବା ପ୍ରକ୍ରିୟା ଆରମ୍ଭ କରିବା ସହିତ ସଂଗଠନ ବଢ଼ାଇବାରେ ଦକ୍ଷତା ବୃଦ୍ଧି କରାଇବ। ଯୁବ ଓ ଅଭିଜ୍ଞ ନେତାଙ୍କ ମଧ୍ୟରେ ଏକ ସମିଶ୍ରଣ ତିଆରି କରି ସବୁ ବର୍ଗଙ୍କୁ ଛୁଇଁ ପାରିବ। ଜିଲ୍ଲା ସଭାପତି ଅର୍ଥାତ ଅଭିଜ୍ଞ ନେତାଙ୍କ ତତ୍ବାବଧାନରେ ମଣ୍ଡଳ ସଭାପତି କାମ କରିବେ। ଯୁବ ବର୍ଗଙ୍କୁ ଆକୃଷ୍ଟ କରିବା ସହିତ ମଣ୍ଡଳସ୍ତରରେ ଅଧିକ ଯୁବ ନେତା ତିଆରି ହେବେ। ତୃଣମୂଳ ସ୍ତରରେ ସୋସିଆଲ ମିଡିଆରେ ଚ୍ୟାଲେଞ୍ଜକୁ ଦଳ ମୁକାବିଲା କରିବାରେ ସକ୍ଷମ ହେବ । ବିଜେପିର ୧୦୫୨ ମଣ୍ଡଳ ଓ ୩୭ ହଜାର ବୁଥରେ ନିର୍ବାଚନ ଶେଷ ହୋଇଛି । ଯେଉଁଥିରେ ମଣ୍ଡଳ ସଭାପତି ଯୁବକ ମାନେ ହୋଇଛନ୍ତି। ଏବେ ଦଳ ଅଭିଜ୍ଞ ଓ ପୁରୁଖା ନେତାଙ୍କୁ ବାଛିବା ପାଇଁ ଜିଲ୍ଲା ସଭାପତି ନିର୍ବାଚନ ଅନୁଷ୍ଠିତ କରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments