ବିଷ ବଳୟ ଘେରରେ ଦିଲ୍ଲୀ । ଚିନ୍ତାରେ ଦିଲ୍ଲୀବାସୀ । ପ୍ରଦୂଷିତ ବାୟୁ ପାଇଁ ଶ୍ବାସଋଦ୍ଧ ହୋଇପଡୁଛନ୍ତି ଜନତା । ଉଚ୍ଚ ଅଟ୍ଟାଳିକା ଓ ଯାନବାହାନ ଭିତରେ ଅଣନିଶ୍ବାସୀ ହୋଇଛନ୍ତି ଲୋକେ । ବର୍ତ୍ତମାନ ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ । ବିଷ ବଳୟରେ ଜାତୀୟ ରାଜଧାନୀ । ଲୋକେ ଅଣନିଶ୍ବାସୀ । ଭିଜିବିଲିଟି ବହୁତ କମ, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ । ଗତ କିଛିଦିନ ଧରି ବାୟୁ ପ୍ରଦୂଷଣ, ଦିଲ୍ଲୀ ଲୋକଙ୍କ ହାଲ ବେହାଲ କରିଦେଲାଣି । ପବନର ବେଗ ଖୁବ କମ ଥିବା ବେଳେ ସୀମାନ୍ତ ରାଜ୍ୟରେ ହେୁଥିବା କୁଟାପୋଡ଼ି ସମସ୍ୟାକୁ ଅଧିକ ସଙ୍ଗୀନ କରୁଛି । ଯେତେ କଟକଣା ଲଗାଇଲେ ମଧ୍ୟ ସ୍ଥିତିରେ କିଛି ସୁଧାର ଆସୁନି । ଏଭଳି ସ୍ଥିତିରେ ଦିଲ୍ଲୀର ସମସ୍ତ ପ୍ରାଥମିକ ସ୍କୁଲକୁ ବନ୍ଦ ରଖାଯାଇଛି । ଆନଲାଇନରେ ଚାଲିଛି ପିଲାଙ୍କ ପାଠପଢ଼ା । ଦିଲ୍ଲୀ ଆଉ ଦିଲ୍ଲୀ ହୋଇ ନାହିଁ । ଏଠି ଏବେ ନିଶ୍ବାସ-ପ୍ରଶ୍ବାସ ନେବା କଷ୍ଟ । ପ୍ରଦୂଷଣର ବଳୟରେ ଅଣନିସ୍ବାସୀ ହୋଇ ପଡ଼ିଲେଣି ଲୋକେ । ଶୁକ୍ରବାର ଜାତୀୟ ରାଜଧାନୀର ପ୍ରଦୂଷଣ ମାତ୍ରା ସିଭିଅର୍ କାଟାଗୋରିରେ ରହିଛି । ବାୟୁର ଗୁଣବତ୍ତା ବା ଏୟାର କ୍ବାଲିଟି ଇଣ୍ଡେକ୍ସ ୪୯୮ ରହିଛି । ପାକିସ୍ତାନର ଲାହୋରରେ AQI ସାରା ବିଶ୍ବରେ ସର୍ବାଧିକ ୭୭୦ ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛ ଦିଲ୍ଲୀ । ଶୁକ୍ରବାର ଜାହାଙ୍ଗିରପୁରୀରେ AQI ୪୫୮ ଥିବା ବେଳେ ବାୱନାରେ ୪୫୫, ୱାଜିରପୁରରେ ୪୫୫. ରୋହିଣୀରେ ୪୫୨, ପଞ୍ଜାବୀ ବାଗ୍ରେ ୪୪୩, ପାଲମରେ ୫୦୦ ଏବଂ ସାଫଦରଜଙ୍ଗରେ ୪ ଶହ ଥିଲା ଏୟାର୍ କ୍ବାଲିଟି ଇଣ୍ଡେକ୍ସ ।
ପ୍ରଦୂଷଣ ମାତ୍ରା ଅଧିକ ଥିବା ବେଳେ ଭିଜିବିଲିଟି ବା ଦଶ୍ୟମାନ ଖୁବ କମ ରହିଛି । ଫଳରେ ଟ୍ରେନ୍ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭିଜିବିଲିଟି ସମସ୍ୟା ପାଇଁ ଇଣ୍ଡିଗୋର ଦିଲ୍ଲୀରୁ ଅମୃତସର ଏବଂ ସ୍ପାଇସ୍ ଜେଟ୍ର ଦିଲ୍ଲୀରୁ ଦରଭଙ୍ଗା ବିମାନ ବହୁ ବିଳମ୍ବ ହୋଇଛି । ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଛି । ଦିଲ୍ଲୀରୁ ଛାଡ଼ିବା ଏବଂ ଦିଲ୍ଲୀରେ ପହଞ୍ଚିବାରେ ହୋଇଛି ବିଳମ୍ବ । ଅଧିକାଂଶ ଟ୍ରେନର ଚଳାଚଳ ନିର୍ଦ୍ଧାରିତ ସମୟଠାରୁ ପାଖାପାଖି ୨ ଘଣ୍ଟା ବିଳମ୍ବ ହୋଇଛି । ପ୍ରଦୂଷଣ ମାତ୍ରା ସିଭିଅର୍ କାଟାଗୋରିରେ ଥିବାରୁ ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ସୋସିଆଲ୍ ସାଇଟ୍ Xରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅତିଶୀ । ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନରେ ପାଠପଢ଼ା ଯାଉଛି । ପ୍ରଦୂଷଣର ମାତ୍ରା ଉପରେ ନଜର ରଖିବାକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୩୯ଟି ମନିଟରିଂ ଷ୍ଟେସନ ରହିଛି । ସେଥି ମଧ୍ୟରୁ ୨୧ଟି ଷ୍ଟେସନ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ସିଭିଅର୍ ଶ୍ରେଣୀଭୁକ୍ତ ଥିବା ବେଳେ ୪ଟିକୁ ସିଭିଅର୍ ପ୍ଲସ୍ କାଟାଗୋରିରେ ରଖାଯାଇଛି ।
ବିଷ ବଳୟରେ ଜାତୀୟ ରାଜଧାନୀ
ବିଷ ବଳୟରେ ଜାତୀୟ ରାଜଧାନୀ
RELATED ARTICLES