ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା : ଦି ରୁଲ’ ପୁଣି ବିବାଦ ଘେରକୁ ଆସିଛି । ରିଲିଜ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି ଅଲ୍ଲୁଙ୍କ ଚର୍ଚ୍ଚିତ ସିନେମା । ଫ୍ୟାନ୍ସମାନେ ଦୀର୍ଘ ସମୟ ଫିଲ୍ମକୁ ଧରି ଅପେକ୍ଷା କରି ରହିଛନ୍ତି। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ବ୍ୟାନ କରିବାକୁ ଦାବି କରାଯାଉଛି। ହରିୟାଣାରେ ‘ପୁଷ୍ପା ୨’ର ଏକ ସିନ୍ ବିରୋଧରେ ଅଭିଯୋଗ ଆସିଛି।
ରିପୋର୍ଟ ଅନୁଯାୟୀ, ହରିୟାଣାର ‘ପୁଷ୍ପା ୨’ କୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ହିସାରର ଏକ ଗାଁ’ର ଥାନା ଏହି ଫିଲ୍ମ ବିରୋଧରେ ଅଭିଯୋଗ ଆସିଛି। ଏହି ଅଭିଯୋଗ ହିସାରର କୁଲଦୀପ କୁମାରଙ୍କ ନିକଟରେ ଦାଖଲ କରାଯାଇଛି। ଏହି ଚଳଚ୍ଚିତ୍ର ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ କୁଲଦୀପ କହିଛନ୍ତି ଯେ ‘ପୁଷ୍ପା ୨’ର ଟ୍ରେଲରରେ ଅଲୁ ଅର୍ଜୁନ ଅର୍ଦ୍ଦନାରୀଶ୍ୱର ଭୂମିକାରେ ଦର୍ଶାଯାଇଛି। ଏଥିରେ ମାଆ କାଳୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିବ। ଏହି ଦୃଶ୍ୟ ଧାର୍ମିକ ଭାବନାକୁ ମଧ୍ୟ କ୍ଷତି ପହଞ୍ଚାଉଛି। ଫିଲ୍ମରୁ ମାଆ କାଳୀ ଏବଂ ଅଲୁ ଅର୍ଜୁନଙ୍କ ଅର୍ଦ୍ଦନାରୀଶ୍ୱରଙ୍କ ଦୃଶ୍ୟ ହଟାଇବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଯଦି ଏହା କରା ନଯାଏ ତେବେ ସେମାନେ ଫିଲ୍ମ ହରିୟାଣାରେ ମୁକ୍ତିଲାଭ କରିବାକୁ ଦେବେ ନାହିଁ। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ‘ପୁଷ୍ପା ୨’ ବିରୋଧରେ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ।
ବିବାଦରେ ଫିଲ୍ମ ‘ପୁଷ୍ପା-୨’ !
ବିବାଦରେ ଫିଲ୍ମ ‘ପୁଷ୍ପା-୨’ !