Monday, March 3, 2025
spot_imgspot_imgspot_imgspot_img
Homeସ୍ପେଶାଲ୍ ରିପୋର୍ଟବର ମାଗିଲା 10 ଲକ୍ଷ , ଢୋ ଢା କରି ସେକିଲା କନିଆଁ !

ବର ମାଗିଲା 10 ଲକ୍ଷ , ଢୋ ଢା କରି ସେକିଲା କନିଆଁ !

ବର ମାଗିଲା 10 ଲକ୍ଷ , ଢୋ ଢା କରି ସେକିଲା କନିଆଁ !

ବିବାହରେ ଯୌତୁକ ନିଷେଧ । ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଯୌତୁକ ନେଲେ ତଣ୍ଡ ଗଣିବାର ନିୟମ ମଧ୍ୟ ରହିଛି । ତେବେ ଅନେକଥର ଯୌତୁକ ଟଙ୍କା କିମ୍ବା ଖାଇବାକୁ ନେଇ , ଆତିଥ୍ୟକୁ ନେଇ , ଉପହାରକୁ ନେଇ ବାହାଘରରେ ଝଗଡ଼ା ଲାଗୁଥିବାର ଦୃଶ୍ୟ ଦେଖିବାକୁ ମିଳେ । ଛୋଟ ଛୋଟ କଥାକୁ ନେଇ ବରପକ୍ଷ , କନ୍ୟାପକ୍ଷଙ୍କ ଭିତରେ ତୁ ତୁ ମେଁ ମେଁ ହେଲା ଭଳି ଦୃଶ୍ୟ ଆପଣଙ୍କ ସାମ୍ନାକୁ ଆସିଥିବ । ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁର ଅଞ୍ଚଳରେ । ଯେଉଁଠି ଯୌତୁକକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ ତାପରେ ପଡିଲା ଚାପୁଡ଼ା ଉପରେ ଚାପୁଡ଼ା । ମାମଲା ଏତେ ଗମ୍ଭୀର ହେଲା ଯେ କେହି ଜଣେ ପୁଲିସକୁ ଏନେଇ ସୂଚନା ଦେଲେ ଏବଂ କିଛି ସମୟ ଭିତରେ ହିଁ ବିବାହ ସ୍ଥଳରେ ପହଁଞ୍ଚିଗଲେ ପୁଲିସ୍ ବାବୁ । ଏପଟେ ପୁଲିସକୁ ଆସୁଥିବା ଦେଖି ବରଯାତ୍ରୀ ଏବଂ ବର ଉକ୍ତ ସ୍ଥାନରୁ ଚମ୍ପଟ ମାରିଥିଲେ । ପୁଲିସ୍ ବରର ପିତାଙ୍କୁ ଗିରଫ କରି ଥାନାକୁ ନେଇଥିବା ବେଳେ ଘଟଣାସ୍ଥଳରେ ୧୨ ଅଧିକ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ୍ ନେଲେ ପୁଲିସ୍ । ତେବେ ଏହା ପୂର୍ବରୁ ମଧ୍ୟ ଯୌତୁକକୁ ନେଇ ମାରପିଟ୍ ହେବାର ଅନେକ ମାମଲା ସାମ୍ନାକୁ ଆସିଛି । ରାମପୁର ଅଜିମନଗରର ଏକ କଲ୍ୟାଣ ମଣ୍ଡପରେ ଧୁମଧାମରେ ଚାଲିଥିଲା ବାହାଘର । ବ୍ୟାଣ୍ଡବାଜା ବଜାଇ ନାଚିଗାଇ ମଣ୍ଡପରେ ପହଁଞ୍ଚିଲେ ବରଯାତ୍ରୀ । ସବୁକିଛି ରୀତିନୀତି ଅନୁସାରେ ଠିକ୍ ଚାଲିଥିଲା କିନ୍ତୁ ବିବାହ ପୂର୍ବରୁ ବର ଶ୍ବଶୁରଘରକୁ ମାଗିଦେଲେ ୧୦ ଲକ୍ଷ ଟଙ୍କାର ଯୌତୁକ । ରାତି ୧୧ ଟା ବେଳକୁ ଆରମ୍ଭ ହେବାକୁ ଥିବା ବିବାହ ବରର ଜିଦ୍ ଯୋଗୁଁ ବିଳମ୍ବ ହୋଇଗଲା ଏବଂ ଭୋର ୪ ଟା ବେଳକୁ ବର ବିବାହ ପାଇଁ ରାଜି ହେଲା । କିନ୍ତୁ ସେତେବେଳକୁ କନିଆଁ କାନରେ ପଡ଼ିଯାଇଥିଲା ବର ଯୌତୁକ ମାଗିବା କଥା । ଫୁଲମାଳ ପକାଇବାକୁ ଆସିଥିବା କନିଆଁଙ୍କ ରାଗ ଯେମିତି ପଞ୍ଚମ ହେଲା ଏବଂ ବରକୁ ମଣ୍ଡପ ଉପରେ ଫୁଲମାଳ କ’ଣ ପିନ୍ଧାଇବେ ଢୋ ଢା କରି ଦୁଇ ଚାପୁଡ଼ା ଲଗାଇଦେଲେ କନିଆଁ । ଆଉ ତା’ପରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଆରେମ୍ଭ ହେଲା ପିଟାପିଟି । ବିବାହର ସାହାନାଇ ବାଜୁଥିବା କଲ୍ୟାଣ ମଣ୍ଡପରେ ଉଡିଲା ଚେୟାର୍ । ଯିଏ ଯାହାକୁ ପାରିଲେ ପିଟିଲେ । ଏମିତିକି ମାରପିଟ୍ ଅନେକ ଲୋକ ଆହତ ମଧ୍ୟ ହେଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments