Saturday, March 1, 2025
spot_imgspot_imgspot_imgspot_img
Homeମନୋରଞ୍ଜନନାଗା ଚୈତନ୍ୟଙ୍କ ପାଇଁ ଶୋଭିତା ନେଲେ ବଡ ନିଷ୍ପତ୍ତି !

ନାଗା ଚୈତନ୍ୟଙ୍କ ପାଇଁ ଶୋଭିତା ନେଲେ ବଡ ନିଷ୍ପତ୍ତି !

ଶୋଭିତା ନେଲେ ବଡ ନିଷ୍ପତ୍ତି !

ଅଭିନେତ୍ରୀ ସାମନ୍ଥାଙ୍କଠାରୁ ଛାଡପତ୍ର ନେବା ପରେ ନାଗା ଚୈତନ୍ୟ ନିକଟରେ ଦ୍ୱିତୀୟ ବିବାହ ମଧ୍ଯ କରି ସାରିଛନ୍ତି । ଦୀର୍ଘ ଦିନରୁ ଶୋଭିତାଙ୍କ ସହ ରିଲେସନସିପରେ ଥିବା ସାଉଥ ସୁପରଷ୍ଟାର ନାଗା ତାଙ୍କ ହାତ ଧରି ସଂସାର ଆଗକୁ ବଢାଇବାର ନିଷ୍ପତ୍ତି ନେଇଥିଲେ । ଗତବର୍ଷ ୪ ଡିସେମ୍ୱରରେ ନାଗା ଚୈତନ୍ୟ ଓ ଶୋଭିତା ଧୁଲିପଲ୍ଲା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବହୁତ କମ୍ ଅତିଥିଙ୍କ ଗହଣରେ ହୋଇଥିବା ଏ ବିବାହରେ ବଡ ବଡ କଳାକାର ଭାଗନେଇ ନବ ଦମ୍ପତିଙ୍କୁ ଶୁଭକାମନା ମଧ୍ଯ ଦେଇଥିଲେ । ବିବାହ ପରେ ଯେତେବେଳେ ନାଗା ଚୈତନ୍ଯ ନିଜ ସିନେମାରେ ବ୍ଯସ୍ତ ଅଛନ୍ତି, ଠିକ ସେହି ସମୟରେ ଶୋଭିତା ମଧ୍ଯ ନିଜ କ୍ଯାରିଅରକୁ ଆଗକୁ ବଢାଉଛନ୍ତି । ମାତ୍ର ପୂର୍ବରୁ ହଟ ତଥା ବୋଲ୍ଡ ସିନ ଦେଉଥିବା ଶୋଭିତା ବର୍ତ୍ତମାନ ସେଭଳି କାର୍ଯ୍ୟ କରିବାରୁ ଦୂରେଇ ରହିଛନ୍ତି । ସେ ଆଉ ରୋମାଣ୍ଟିକ ଦୃଶ୍ଯରେ ଅଭିନୟ କରିବେ ନାହିଁ ବୋଲି ଜଣା ପଡିଛି ।

ଶୋଭିତା ନିଷ୍ପତ୍ତି ନେଇଛନ୍ତି ଯେ, ବିବାହ ପରେ ସେ ଏଭଳି ସିନେମା ଆଉ କରିବେ ନାହିଁ । ସେ ବର୍ତ୍ତମାନ ସମୟରେ ଅନେକ କାର୍ଯ୍ୟକ୍ରମରେ ଶାଢୀ ପିନ୍ଧି ନଜର ଆସୁଛନ୍ତି । ସିଲଭର ସ୍କ୍ରିନ ସାଙ୍ଗକୁ ଶୋଭିତା ବାସ୍ତବିକ ଜୀବନରୁ ମଧ୍ଯ ଗ୍ଲାମର ଦୁନିଆଠୁ ଦୂରେଇ ରହୁଛନ୍ତି । ଶୋଭିତାଙ୍କ ଏ ନିଷ୍ପତ୍ତି ନେବା ପଛରେ ଏହି କାରଣ ହୋଇପାରେ ଯେ, ଅକ୍କିନେନୀ ପରିବାରକୁ ଏହା ପାଇଁ ଅସୁବିଧା ନ ହେଉ । ଶୋଭିତାଙ୍କ ଏ ନିଷ୍ପତ୍ତିରେ ଅକ୍କିନେନୀଙ୍କ ପ୍ରଶଂସକ ଖୁସି ମଧ୍ଯ ଅଛନ୍ତି । ଏହି ମାମଲାରେ ଶୋଭିତା କହିଛନ୍ତି ଯେ, ନାଗାଙ୍କୁ ସେ ପତି ଭାବରେ ପାଇବା ତାଙ୍କର ସୌଭାଗ୍ଯ । ସେ ବର୍ତ୍ତମାନ ନିଜ ହନିମୁନର ଆନନ୍ଦ ନେଉଛନ୍ତି । ଶୋଭିତାଙ୍କୁ ବିବାହ ପରେ ନାଗାଙ୍କ ପ୍ରଥମ ସିନେମା ‘ଥାଣ୍ଡେଲ’ ମଧ୍ଯ ସୁପରହିଟ ସାବ୍ଯସ୍ତ ହୋଇଛି । ଫଳରେ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments