Friday, January 31, 2025
spot_imgspot_imgspot_imgspot_img
Homeରାଜନୀତିକେବେ ସରିବ ଦୀପାଳିଙ୍କ ଚିଠି ଲେଖା ?

କେବେ ସରିବ ଦୀପାଳିଙ୍କ ଚିଠି ଲେଖା ?

କେବେ ସରିବ ଦୀପାଳିଙ୍କ ଚିଠି ଲେଖା ?

ନବ ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରିଗଲା ହେଲେ କିଏ ହତ୍ୟାକାରୀ କିଏ ଅଭିଯୁକ୍ତ ତାହା ସବୁଦିନ ପାଇଁ ପରଦା ପଛରେ ରହିଗଲା । ଆଉ ଖାମଖିଆଲି ଭାବେ ଚାଲିଛନ୍ତି ପରିବାର ଲୋକେ । ଝିଅ ବିଧାୟିକା ଥିଲେ ହେଲେ ଚେଷ୍ଟା ନାଁ କରି ଚୁପ ହୋଇ ବସି ରହିଲେ ଯାହାକୁ ନେଇ ଅନେକ ସମାଲୋଚନା ଶୁଣିଲେ ଝିଅ ଦୀପାଳି ଦାସ । ଆଉ ଏବେ କିଛି ଦିନ ହବ ନବଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେଇଛି । ରାଜ୍ୟର ବିଭିନ୍ନ ରାଜନୈତିକ ଦଳଙ୍କ ସହ ଅନେକ ଲୋକଙ୍କ ଦାବି ସତ କଣ ସାମ୍ନାକୁ ଆସୁ । ହେଲେ ପରିବାର ଲୋକେ ଏକପ୍ରକାର ନିଦାବିଷ୍ଣୁ ହୋଇ ରହିଯାଇଛନ୍ତି । ବାପା ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ଲେଖିକି ଦେବି ବୋଲି କିଛି ଦିନ ତଳୁ କହି ଆସୁଛନ୍ତି ପୂର୍ବତନ ବିଧାୟିକା ତଥା ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ କିନ୍ତୁ ଲେଖା କୋଉଠି ଅଟକିଛି ତାହା ଜଣାପଡ଼ୁନି । ଆଉ ନବ ଦାସଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ସେହି ସମାନ କଥା ଦୋହରାଇଛନ୍ତି ଦୀପାଳି। ଝାରସୁଗୁଡ଼ାରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ତାଙ୍କ ପରିବାର ନିଷ୍ପତ୍ତି ନେଇଛନ୍ତି। ଲେଖା ଚାଲିଛି। ଆଉ ସପ୍ତାହେ ଦୁଇ ସପ୍ତାହ ପରେ ସେ ନିଶ୍ଚିିତ ଭାବେ ରାଜ୍ୟ ସରକାରଙ୍କୁ ଲିଖିତ ଅନୁରୋଧ କରିବେ। ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରା ନ ଯାଉ ବୋଲି ଦୀପାଳି କହିଛନ୍ତି। ଦୀପାଳି ଓ ବଡ଼ଭାଇ ବିଶାଳ ଦାସ ଗଲା ୧୫ ତାରିଖ ଏକ ଘରୋଇ ଖବର ଚାନେଲକୁ ସାକ୍ଷାତକାର ଦେବା ବେଳେ ପ୍ରଥମେ ସିବିଆଇ ତଦନ୍ତ କଥା ଉଠାଇଥିଲେ। କିନ୍ତୁ ମୁହଁରେ କହିଲେ ହେବ ନାହିଁ, ଲିଖିତ ଦେବାକୁ ପଡ଼ିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିବାରୁ ଦୀପାଳି ୪ ଦିନ ପରେ ଗତ ୧୯ ତାରିଖ କହିଲେ ଯେ ହଁ, ସେ ଲେଖିକି ଦେବାକୁ ପ୍ରସ୍ତୁତ ଅଛନ୍ତି। ତା’ ପରେ ଆହୁରି ୧୦ ଦିନ ବିତିଯାଇଛି। କିନ୍ତୁ ଦୀପାଳି ରାଜ୍ୟ ସରକାରଙ୍କୁ ଏ ପର୍ଯ୍ୟନ୍ତ ଲିଖିତ ଅନୁରୋଧ କରିନାହାନ୍ତି। ଗଣମାଧ୍ୟମ ଚିଠି ଲେଖା ବାବଦରେ ପ୍ରଶ୍ନ କରିବାରୁ ସେ ଉତ୍ତର ଦେଇଛନ୍ତି ଯେ, ଲିଖିତ ଦେବାକୁ ତାଙ୍କୁ ଆହୁରି ସପ୍ତାହେ ଦୁଇ ସପ୍ତାହ ସମୟ ଲାଗିବ। ଦୀପାଳିଙ୍କ କଥାକୁ ତାଙ୍କ ମାଆ ମଧ୍ୟ ଦୋହରାଇ ସିବିଆଇ ତଦନ୍ତ ପାଇଁ ପ୍ରଥମ ଥର ପାଇଁ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି। ଗତ ୧୫ ଦିନ ଭିତରେ ସେ ଏକଥା ତିନି ଥର କହି ସାରିଲେଣି। ପିତାଙ୍କୁ ହତ୍ୟା କରାଯିବାର ଦୀର୍ଘ ଦୁଇ ବର୍ଷ ଧରି ଦୀପାଳି ଚୁପ ଥିଲେ। ପିତୃହତ୍ୟା କଥା ତୁଣ୍ଡରେ ଧରୁ ନ ଥିଲେ। ଏପରିକି ୮ ମାସ ବିଧାୟିକା ଥାଇ ମଧ୍ୟ ବିଧାନସଭାରେ ସେ ଥରେ ମଧ୍ୟ ଏ କଥା ଉଠାଇନଥିଲେ। କ୍ଷମତା ଗଲାପରେ ଓ ତାଙ୍କ ହୋଟେଲରେ ପୁଲିସ ଚଢ଼ଉ ହେବା ପରେ ଦୀପାଳି ପିତୃହତ୍ୟା କଥା ବାରମ୍ବାର ଉଠାଉଥିବା ଲକ୍ଷ୍ୟ କରାଯାଉଛି। ଏପରିକି ତାଙ୍କ ବାପାଙ୍କୁ ଝାରସୁଗୁଡ଼ା ମାଟିରେ ପୁଲିସ ଲଗାଇ ହତ୍ୟା କରାଯାଇଛି ବୋଲି ଦୀପାଳି କିଛିଦିନ ତଳେ କହି ରାଜନୈତିକ ଝଡ଼ ସୃଷ୍ଟି କରିଥିଲେ। ଆଉ ଦୀପାଳି ସତରେ ଚିଠି ଲେଖି ଦାବି ଜଣାଉଛନ୍ତି ନାଁ ନାଇଁ ତାହା ଉପରେ ସମସ୍ତଙ୍କ ନଜର । କେବେ ଚିଠି ଲେଖା ସରିବ ଓ ପୁନଃ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ତାହା ଉପରେ ସାରା ରାଜ୍ୟବାସୀଙ୍କ ନଜର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments