ସୋନାଲି , ଶ୍ରୀକ୍ଷେତ୍ରଙ୍କ କଳି ତୁଟାଇବେ ନ୍ୟାୟାଳୟ । ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବିବାଦ ଆହୁରି ବଢିଛି । ମାଆ ହୋଇ କାହିଁକି ଛୁଆକୁ ଫେରାଇ ନେଉନାହାନ୍ତି ସୋନାଲି । ସ୍ବାମୀଙ୍କ ପ୍ରତି ମନରେ ଏତେ ଘୃଣା କାହିଁକି । ସୋନାଲିଙ୍କ ଉପରେ ଚାପ ରହିଛି ନା ଅନ୍ୟକିଛି କାରଣ ଅଛି । ଏବେ ବଡ କଥା ହେଉଛି ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସୋନାଲି ପଣ଼୍ଡା । ସ୍ୱାମୀ ତାଙ୍କୁ ବଳପୂର୍ବକ ବିବାହ କରିଥିବା ଅଭିଯୋଗ ଆଣିଛନ୍ତି ସୋନାଲି। ସ୍ୱାମୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। ସ୍ୱାମୀ ଶ୍ରୀକ୍ଷେତ୍ର ତାଙ୍କୁ ବଳପୂର୍ବକ ବିବାହ କରିଥିବା ମଧ୍ୟ କହିଛନ୍ତି । ଏହା ବ୍ୟତିତ ଏକ ସାକ୍ଷାତକାରରେ ସ୍ବାମୀ ନିର୍ଯ୍ୟାତନା ଦେଉଥିବା କଥା ମଧ୍ୟ ବଖାଣିଛନ୍ତି । ଏପରିକି ସେ ନାବାଳିକା ଥିବା ବେଳେ ସ୍ୱାମୀ ବିବାହ କରିଥିବା ନେଇ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୋନାଲି। ସେହିପରି ସ୍ୱାମୀ ବଳପୂର୍ବକ ସ୍ୱାମୀ ତାଙ୍କସହ ଦୁଷ୍କର୍ମ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଜଣେ ନାବାଳିକାଙ୍କୁ ବିବାହ, ଦୁଷ୍କର୍ମ, ଗର୍ଭ ନଷ୍ଟ କରିବା ଓ ସାମାଜିକ ଗଣମାଧ୍ୟମରେ ବଦନାମ କରିବା ନେଇ ସୋନାଲି ଆବେଦନରେ ଉଲ୍ଲେଖ କରିଛନ୍ତି । ଏନେଇ ସୋନାଲିଙ୍କ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେବା ପରେ ବ୍ୟୋମୋକେଶ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛନ୍ତି । ତେବେ ନାବାଳିକା ସୋନାଲି ସାବାଳିକା ହେବା ପରେ ବି ନିଜ ଛୁଆକୁ କାହିଁକି ନିଜ ପାଖକୁ ନେବାକୁ ଦାବି କରୁନାହାନ୍ତି । କଣ ପାଇଁ ଘରରୁ ଫେରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି । ଅନ୍ୟପଟେ ଶ୍ରୀକ୍ଷେତ୍ର ଏତେବ ବର୍ଷ ପରେ କାହିଁକି ସୋନାଲିଙ୍କୁ ଖୋଜୁଛନ୍ତି । ବାସ୍ତବରେ କଣ ସୋନାଲି ପ୍ରତି ଅନ୍ୟାୟ କରିଥିଲେ କି ଶ୍ରୀକ୍ଷେତ୍ର । ତେବେ ଏସବୁ ପଛରେ ଥିବା ପ୍ରକୃତ କାରଣ ଏଯାଏଁ ମିଳିନଖିବା ବେଳେ ଲୋକେ ଏହା ଟଙ୍କାର ଖେଳ ବୋଲି କହିଛନ୍ତି ।
ଟଙ୍କା ପାଇଁ ହେଉଛି କି ସୋନାଲି ଶ୍ରୀକ୍ଷେତ୍ର କଳି ?
RELATED ARTICLES