Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜଦିନ ରାତି ଏସି ଲାଗିଲେ ବି ଆସିବନି ବିଲ୍ !

ଦିନ ରାତି ଏସି ଲାଗିଲେ ବି ଆସିବନି ବିଲ୍ !

ଖରାଦିନ ଆସିଲେ ଲୋକଙ୍କ ମୁଣ୍ଡରେ ବିଜୁଳି ବିଲ୍ ଚିନ୍ତା ବଢିଯାଏ । କାରଣ ଅନ୍ୟ ଋତୁ ଅପେକ୍ଷା ଖରାଦିନେ ବେଶି ବିଲ୍ ଆସେ ଯାହା ବଜେଟ ବିଗାଡି ଥାଏ । ତେବେ ଅନ୍ୟ ବୈଦ୍ୟୁତିକ ଉପକରଣ ଅପେକ୍ଷା ଏସି ଚଲାଇବା ଦ୍ବାରା ଅଧିକ ବିଲ ଆସେ ବୋଲି ଲୋକମାନେ ବିଶ୍ବାସ କରନ୍ତି । ତେଣୁ ବର୍ତ୍ତମାନ ଏହାର ସମାଧାନ ମଧ୍ୟ ବାହାରିଛି । ଏଥର ଦିନର ରାତି ଯେତେ ଏସି ଲଗାଇଲେ ବି ଆଉ ଆସିବନି ବିଜୁଳି ବିଲ୍ । ଖରାରୁ ଆସିବା ପରେ ଏସି ତଳେ ଟିକେ ବସିଗଲେ ଥକା ମେଣ୍ଟିଯାଏ । ଏସିର ଥଣ୍ଡା ଥଣ୍ଡା ପବନ ଟିକେ ଦେହରେ ବାଜିଗଲେ ନିଦ ବି ଆସିଯାଏ । ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି । ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ଲୋକମାନେ ଏସି ଏବଂ ପଙ୍ଖା ଚଲାଇ ଗରମରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏସିରୁ ଅଧିକ ବିଦ୍ୟୁତ୍ ବିଲ୍ ଆସିଥାଏ । ଯାହାକୁ ନେଇ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ୁଛନ୍ତି । କିନ୍ତୁ ବର୍ତ୍ତମାନ ବଜାରରେ ଏପରି ଏକ ଏସି ଉପଲବ୍ଧ, ଯାହାକୁ ଆପଣ ସାରା ରାତି ଚଲାଇଲେ ମଧ୍ୟ ଆପଣଙ୍କର ବିଦ୍ୟୁତ୍ ବିଲ୍ ଆସିବ ନାହିଁ । ଏହି ACର ନାମ ହେଉଛି Solar AC । ଏହି ସୋଲାର ଏସି ସୌରଶକ୍ତି ସହିତ ଜଡିତ । ସୌରଶକ୍ତିରେ ଚାଲୁଥିବା ଏସିକୁ ସୋଲାର ଏସି କୁହାଯାଏ । ଆଉ ଏହି ଏସି ପାଇଁ ବିଦ୍ୟୁତ୍ ଆବଶ୍ୟକ ନାହିଁ । ସୂର୍ଯ୍ୟକିରଣରେ ଏହା ପ୍ରଥମେ ଚାର୍ଜ ହୁଏ । ପରେ ଏହା ସାରା ରାତି ଚାଲିଥାଏ । ସୋଲାର ଏସି ସୌର ପ୍ୟାନେଲ ଏବଂ ବ୍ୟାଟେରୀ ଦ୍ୱାରା ଚାଲିଥାଏ । ସୋଲାର ଏସି ସିଧାସଳଖ ପ୍ୟାନେଲ ସହିତ କନେକ୍ଟ ହୋଇଥାଏ । ସୋଲାର ଏସି ଦୁଇଟି ଉପାୟରେ କାମ କରେ । ଗୋଟିଏ ଅନ୍ ଗ୍ରୀଡ୍‌ରେ ଥାଏ ଏବଂ ଅନ୍ୟଟି ଅଫ୍ ଗ୍ରୀଡ୍‌ ମୋଡ୍‌ ରେ ଥାଏ । ରାତି ବେଳେ ଏସି ଚଲାଇବା ପାଇଁ ବ୍ୟାଟେରୀ ଆବଶ୍ୟକ ହୋଇଥାଏ, ଏହାକୁ ଅଫ୍ ଗ୍ରୀଡ୍ ମୋଡ୍ କୁହାଯାଏ । ଅନ୍ୟପଟେ ଅନ୍ ଗ୍ରୀଡ୍ ମୋଡ୍‌ ରେ ସୌର ପ୍ୟାନେଲ୍ ଏସି ସହିତ ସିଧାସଳଖ କନେକ୍ଟ ହୋଇଥାଏ ଏବଂ ଏଥିପାଇଁ ଏକ ଇନଭର୍ଟର ଆବଶ୍ୟକ ହୁଏ । ସୋଲାର ଏସିରେ ଥରେ ହିଁ ଇନଭେଷ୍ଟ କରିବାକୁ ପଡ଼େ । ଏଥିରେ ଆପଣଙ୍କୁ ଏସି ଏବଂ ପ୍ୟାନେଲ କିଣିବା ପାଇଁ ଥରେ ଟଙ୍କା ନିବେଶ କରିବାକୁ ପଡିବ । କିନ୍ତୁ ଇଲେକ୍ଟ୍ରିକ୍ ଏସି ପାଇଁ ଆପଣଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିଥାଏ । ଗରମ ଦିନେ ଦିନରାତି ଏସି ଚଲାଇବା ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ସୋଲାର ଏସି ଆପଣଙ୍କ ଟଙ୍କା ବଞ୍ଚାଇବ । ସୋଲାର ଏସି ତୁଳନାରେ ଇଲେକ୍ଟିକ୍ ଏସିର ଅଧିକ ରକ୍ଷଣାବେକ୍ଷଣ କରିବାକୁ ପଡ଼େ । ସୋଲାର ଏସିର ଦାମ୍ ସାଧାରଣ ଏସି ତୁଳନାରେ ସାମାନ୍ୟ ଅଧିକ ରହିଛି । ମାତ୍ର ଏହି ଖର୍ଚ୍ଚ ଆପଣଙ୍କୁ କେବଳ ଥରେ କରିବାକୁ ପଡିବ । ଏହି ଏସିରେ ନା ଅଛି ମେଣ୍ଟେନାନ୍ସ ନା କୌଣସି ବିଦ୍ୟୁତ ଖର୍ଚ୍ଚ । ତେଣୁ ଏହି ଲଗାଇବା ଦ୍ବାରା ଲାଭରେ ରହିବେ ଗ୍ରାହକ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments