Sunday, September 7, 2025
spot_imgspot_imgspot_imgspot_img
Homeମନୋରଞ୍ଜନରୋମାଣ୍ଟିକ୍ ହେଲେ ନିକ୍ ,ପ୍ରିୟଙ୍କା !

ରୋମାଣ୍ଟିକ୍ ହେଲେ ନିକ୍ ,ପ୍ରିୟଙ୍କା !


ଲଣ୍ଡନ ରାସ୍ତାରେ ରୋମାନ୍ସ କଲେ ନିକ୍, ପ୍ରିୟଙ୍କା
ଷ୍ଟାଇଲିସ୍ ଡ୍ରେସ୍ ପିନ୍ଧି ଗୀତରେ ନାଚିଲେ ଦମ୍ପତ୍ତି
ଭାଇରାଲ ଭିଡିଓ ଦେଖି ପ୍ରଂଶସା କଲେ ଫ୍ୟାନ୍ସ

ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରିୟଙ୍କା ଚୋପ୍ରା ନାମିଦାମୀ ଆକ୍ଟ୍ରେସ୍ ଭାବେ ବେଶ୍ ଜଣାଶୁଣା । ଲୋକମାନେ ମଧ୍ୟ ପ୍ରିୟଙ୍କା ଏବଂ ନିକଙ୍କ ଯୋଡି ବେଶ୍ ପସନ୍ଦ କରିଥାନ୍ତି । ସେମାନେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ମଧ୍ୟ ରହିଥାନ୍ତି । ସେମାନଙ୍କ ଜୀବନର ଟିକିନିକି ଖବର ସେମାନଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଥାନ୍ତି । ଅନେକ ସମୟରେ ପ୍ରାୟତଃ ଯୋଡି ପାଇଁ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । ପୁଣି ସେମାନଙ୍କର ରୋମାଣ୍ଟିକ୍ କେମେଷ୍ଟ୍ରି ପାଇଁ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ଯାହାର ଭିଡିଓ ନିକ୍ ତାଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଖୁବ୍ ଖୁସି ହୋଇଛନ୍ତି । ଲଣ୍ଡନରେ ସେମାନଙ୍କର ଡେଟ୍ ନାଇଟ୍ ର, ଯାହାକୁ ସେ ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ଫିଲ୍ମ ‘ହେଡ୍ସ ଅଫ୍ ଷ୍ଟେଟ୍’ର ପ୍ରିମିୟର ପୂର୍ବରୁ ସୁଟ୍ କରିଥିଲେ ।

ଏହି ଭିଡିଓ ମାଧ୍ୟମରେ ଲଣ୍ଡନର ରାସ୍ତାରେ ଉଭୟଙ୍କ ପ୍ରେମ ସେୟାର ହୋଇଥିବା ଭିଡିଓରୁ ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ଏହି ଭିଡିଓରେ ନିକ୍ କ୍ୟାମେରା ସାମ୍ନାରେ ଠିଆ ହୋଇ ହସି ହସି ସ୍କ୍ରିନରେ ପ୍ରବେଶ କରନ୍ତି । ପ୍ରିୟଙ୍କା ମଧ୍ୟ ସ୍କ୍ରିନରେ ନଜର ଆସିଛନ୍ତି । ପ୍ରିୟଙ୍କା ୱାଇନ୍ ରଙ୍ଗର ଏକ ଷ୍ଟାଇଲିସ୍ ମ୍ୟାକ୍ସି ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । କାମିଲା କାବେଲୋଙ୍କ ହିଟ୍ ଗୀତ ‘ବମ୍ ବମ୍’ରେ ଉଭୟ ନାଚିଛନ୍ତି । ଶେଷରେ ଲଣ୍ଡନ ରାସ୍ତା ଉପରେ ପରସ୍ପରକୁ କୁଣ୍ଢାଇ ଥରିଛନ୍ତି । ଯାହାକୁ ଦେଖିବା ପରେ ଫ୍ୟାନ୍ସ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି ଏବଂ ସେମାନଙ୍କ ଏପରି ବଣ୍ଡିଂକୁ ପ୍ରଶଂସା କରିଛନ୍ତି । ଯଦି ତାଙ୍କ କ୍ୟାରିୟର କଥା କୁହାଯିବ ତେବେ ପ୍ରିୟଙ୍କା ଏବେ ଫିଲ୍ମ ‘ହେଡ୍ସ ଅଫ୍ ଷ୍ଟେଟ୍’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଯାହା ଜୁଲାଇ ୨ Amazon Prime Videoରେ ରିଲିଜ ହେବାକୁ ଯାଉଛି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତିବାରେ ସେ ସଫଳ ହୋଇପାରିଛନ୍ତି । ଏହା ବ୍ୟତୀତ ସେ ଆଗାମୀ ଫିଲ୍ମ’ଦି ବ୍ଲଫ୍’ ସହିତ ତାଙ୍କର ଆଉ ଏକ ହିଟ୍ ୱେବ୍ ସିରିଜ୍ ‘ସିଟାଡେଲ୍’ର ସିଜିନ୍ ୨ ମଧ୍ୟ ଖୁବ୍‌ଶୀଘ୍ର ଆସୁଛି, ଯାହା ଆମାଜନ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments