Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜରାସନକାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର !

ରାସନକାର୍ଡଧାରୀଙ୍କ ପାଇଁ ଆସିଲା ବଡ ଖବର !

ଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ ଚୟନ ନେଇ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯାହା ଦ୍ବାରା ଯୋଗ୍ୟ ହିତାଧିକାରି ଯୋଜନାରେ ସାମିଲ ହେବା ସହ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ । ତେଣୁ ରାସନକାର୍ଡ ପାଇବା ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ପ୍ରଶାସନ । ହିତାଧିକାରୀଙ୍କ ପାଇଁ ପୁଣି ବଢିଲା ଇ-କେୱାଇସି ଅବଧି । ଏଯାଏଁ ସବୁ ହିତାଧିକାରୀ ଇକେୱାଇସି ଅପଡେଟ କରି ନ ଥିବାରୁ ସରକାର ପୁଣି ଥରେ ଏହି ଅବଧିକୁ ବଢାଇ ଦେଇଛନ୍ତି । କେନ୍ଦ୍ର ସରକାର ଆପଣମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ଆଉ ସେହି ଖୁସି ଖବର ହେଲା ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କର ସମୟସୀମାକୁ ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଆପଣମାନେ ରାସନରେ ଆଧାର ଲିଙ୍କ କରିପାରିବେ। ଆଉ ସରକାରୀ ସୁବିଧାରୁ ବଞ୍ଚିତ ହେବେନି। ଉପଭୋକ୍ତାଙ୍କୁ ଏବେ ରାସନକାର୍ଡରେ ଆଧାର ଲିଙ୍କ କରିବା ପାଇଁ ୩ ମାସର ସମୟ ଦିଆଯାଇଛି।ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ରାସନ କାର୍ଡରେ ଆଧାର ଲିଙ୍କର ଡେଡ ଲାଇନ୍ ରହିଥିଲା। ଆଉ ଏହି ସମୟସୀମା ସରିଯିବା କାରଣରୁ ଅନେକ ଲୋକ ଚିନ୍ତାରେ ଥିଲେ। ଯେଉଁମାନେ ଏହି ସମୟସୀମା ମଧ୍ୟରେ ଆଧାର ଲିଙ୍କ କରିନଥିଲେ ସେମାନେ ଚିନ୍ତାରେ ପଡିଯାଇଥିଲେ। ଯେଉଁମାନେ ଆଧାର ଲିଙ୍କ କରିନଥିଲେ ସେମାନଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା ଚାଲିଥିଲା କି ସେମାନଙ୍କ ରାସନ କାର୍ଡ କଟିଯିବ। ଏବଂ ସେମାନେ ଆଉ ରାସନ ପାଇପାରିବେ ନାହିଁ। ହେଲେ କେନ୍ଦ୍ର ସରକାର ଏବେ ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି। ବର୍ଷ ବର୍ଷ ଧରି ଅନ୍ୟାନ୍ୟ ଜିନିଷ ପରି ରାସନ କାର୍ଡ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟେସନ୍ ସାଜିଛି। ସରକାରଙ୍କ ଏହି ଯୋଜନା ଅଧିନରେ ଗରିବ ଲୋକଙ୍କୁ ପ୍ରତିମାସରେ ମାଗଣା ଚାଉଳ, ଗହମ, ଡାଲି, ଲୁଣ ଓ ମାଣ୍ଡିଆ ମିଳୁଛି। ଇତିମଧ୍ୟରେ ରାସନ କାର୍ଡ଼କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେଓ୍ୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେଓ୍ୱାଇସି କରାଇବା ବଧ୍ୟତାମୂଳକ ରହିଥିଲା। ତେଣୁ ଏହାକୁ ଆଖିଆଗରେ ରଖି ଏହି ଡେଡ୍ ଲାଇନକୁ ଜୁନ୍ ୩୦ ଯାଏଁ ବଢାଇଦିଆଯାଇଛି। କୁହାଯାଇଛି କି, ଯଦି ଜୁନ ୩୦ ଯାଏଁ ରାସନରେ ଥିବା ସଦସ୍ୟଙ୍କ ଇକେଓ୍ୱାଇସି ବା ଆଧାର ଲିଙ୍କ ହୋଇନାହିଁ। ତେବେ ରାସନରେ ତାଙ୍କ ନାଁକୁ କାଟି ଦିଆଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments