Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜପ୍ରତି ଗାଁରେ ଡାଲି ,ତେଲ, ଚିନି ବିକିବେ ସରକାର !

ପ୍ରତି ଗାଁରେ ଡାଲି ,ତେଲ, ଚିନି ବିକିବେ ସରକାର !

ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର ।

ପ୍ରତି ପଞ୍ଚାୟତରେ ହେବ ପୋଷଣ କେନ୍ଦ୍ର । ଚାଉଳ, ଡାଲି, ଚିନି, ତେଲ ପରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ରିହାତି ଦରରେ ଯୋଗାଇବେ ସରକାର। ମାସେ କିମ୍ବା ଦୁଇ ମାସ ମଧ୍ୟରେ ପୋଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଗରିବ ଓ ମଧ୍ୟବିତ୍ତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ବୁଧବାର ବିଧାନସଭାରେ ପ୍ରଶ୍ନକାଳ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ପୋଷଣ ସାମଗ୍ରୀ ପାଇବା ପାଇଁ ହିତାଧିକାରୀଙ୍କୁ ଦିଆଯିବ ସ୍ୱତନ୍ତ୍ର କାର୍ଡ । ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲାଯିବ ପୋଷଣ କେନ୍ଦ୍ର । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଗୁଜୁରାଟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାରୁ, ସରକାରୀ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍ ଅନୁଧ୍ୟାନ ପାଇଁ ଗୁଜରାଟ ଯିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ପୂର୍ବରୁ ରାଜ୍ୟରେ ଗହମ ଯୋଗାଣ ବନ୍ଦ ରହିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଗହମ ପହଞ୍ଚିଛି। କିନ୍ତୁ ଗହମ ରଖିବା ପାଇଁ ଗୋଦାମ ଓ ପରିବହନର ସୁବିଧା ନଥିବାରୁ ଏପର୍ଯ୍ୟନ୍ତ ଗହମ ଯୋଗା ଯାଇ ପାରିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ ଯେ କେବେ ଠାରୁ ଗହମ ମିଳିବ, କେତେ ଚାଉଳ କେତେ ଗହମ ମିଳିବ ? କିନ୍ତୁ ମନ୍ତ୍ରୀ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନ ଥିଲେ ବି କହିଛନ୍ତି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ମାନେ ପୂରଣ କରିବେ । ପ୍ରଶ୍ନକାଳ ଆଲୋଚନା ବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଥିଲେ ଯୋଗାଣ ମନ୍ତ୍ରୀ । କହିଥିଲେ, ରାଜ୍ୟରେ ଚାଉଳ ଉତ୍ପାଦନ ବଢୁଥିବାରୁ ଫ୍ରି ସେଲ ବ୍ୟବସ୍ଥା କରାଯିବ। ପୂର୍ବାପେକ୍ଷା ଧାନ ଉତ୍ପାଦନ ବଢୁଥିବାରୁ ଚାଉଳ ଉତ୍ପାଦନ ବି ବଢ଼ିଛି। ପୂର୍ବରୁ FCI ୨୬ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ନେଉଥିଲା, ଏବେ ଆଉ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ନେବାକୁ FCI ରାଜି ହୋଇଛି। ଚଳିତ ବର୍ଷ ମୋଟ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ FCI। ଏହା ପରେ ବି ବଳକା ରହି ଯାଉଥିବା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ରୁ ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ ରଖିବାକୁ ସରକାର ଗୋଦାମ କରୁଛନ୍ତି। ବାକି ୫ ଲକ୍ଷ ମେଟ୍ରିକ ଟନ ଚାଉଳକୁ ଫ୍ରି ସେଲ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments