Sunday, September 7, 2025
spot_imgspot_imgspot_imgspot_img
Homeଖେଳପତ୍ନୀ ଜିତିଲେ ହାରିଲେ ସାମି !

ପତ୍ନୀ ଜିତିଲେ ହାରିଲେ ସାମି !


କୋର୍ଟ ନିକଟରେ ଆବେଦନ କରି ଜିତିଲେ ପତ୍ନୀ
ପୁଣି ଝଟକା ପାଇଲେ କ୍ରିକେଟର ମହମ୍ମଦ ସାମୀ
ପ୍ରତି ମାସରେ ପତ୍ନୀଙ୍କୁ ଗଣିବେ 4 ଲକ୍ଷ ଟଙ୍କା

ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କ ପାଇଁ ଏହା ଶକ୍ତ ଝଟ୍‌କା। ତାଙ୍କ ପୂର୍ବ ପତ୍ନୀ ଓ କନ୍ୟାଙ୍କୁ ଭରଣ ପୋଷଣ ପାଇଁ ମାସିକ ମୋଟ ୪ ଲକ୍ଷ ଟଙ୍କା ଦେବା ପାଇଁ ସାମିଙ୍କୁ କଲକାତା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମହିଳାଙ୍କୁ ଘରୋଇ ହିଂସାରୁ ବଞ୍ଚାଇବା ଆଇନ୍ ଅନ୍ତର୍ଗତ ଏହି ମାମଲା ରୁଜ୍ଜୁ ହୋଇଥିଲା। ଉକ୍ତ ମାମଲାର ଶୁଣାଣି କରି ରାୟ ପ୍ରକାଶ କରି କଲକାତା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ଯେ ସାମି ତାଙ୍କ ପୂର୍ବ ପତ୍ନୀ ହସିନ୍ ଜାହାଁଙ୍କୁ ଭରଣ ପୋଷଣ ପାଇଁ ମାସିକ ୧.୫ ଲକ୍ଷ ଟଙ୍କା ଏବଂ କନ୍ୟା ଆଇରାଙ୍କୁ ମାସିକ ୨.୫ ଲକ୍ଷ ଟଙ୍କା ଦେବେ। ୨୦୨୧ରେ ଏହି ମାମଲରେ କଲକାତାର ଜିଲା ଅଦାଲତ ରାୟ ଦେଇଥିଲେ ଯେ ସାମି ପୂର୍ବ ପତ୍ନୀ ହସିନ୍ ଜାହଁାଙ୍କୁ ମାସିକ ୫୦୦୦୦ ଓ କନ୍ୟା ଆଇରାଙ୍କୁ ୮୦୦୦୦ ଟଙ୍କା ଦେବେ।

ଏହାକୁ ବିରୋଧକରି ହସିନ୍ ଜାହଁା ଭରଣ ପୋଷଣ ପାଇଁ ତାଙ୍କୁ ମାସିକ ୭ ଲକ୍ଷ ଓ କନ୍ୟାଙ୍କୁ ୩ ଲକ୍ଷ ଦେବା ପାଇଁ କଲକାତା ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାର ବିଚାରକରି ଅଦାଲତ ଜାହାଁଙ୍କୁ ୧.୫ ଲକ୍ଷ ଓ କନ୍ୟା ଆଇରାଙ୍କୁ ୨.୫ ଲକ୍ଷ ଟଙ୍କା ଦେବା ପାଇଁ ସାମିଙ୍କୁ ନିର୍ଦେଶ ଦେଇଛନ୍ତି। ଏହାସହ ଅଦାଲତ କହିଛନ୍ତି ଯେ ଯଦି ମହମ୍ମଦ ସାମି ଚାହିଁବେ; ତାଙ୍କ କନ୍ୟାଙ୍କ ଶିକ୍ଷା ଓ ଅନ୍ୟ ଖର୍ଚ୍ଚ ପାଇଁ ଅଧିକ ଅର୍ଥ ଦେଇପାରିବେ। ୨୦୨୧ରେ ମହମ୍ମଦ ସାମିଙ୍କ ଦର୍ଶାଇଥିବା ହିସାବ ଅନୁସାରେ ତାଙ୍କ ବାର୍ଷିକ ଆୟ ୭.୧୯ କୋଟି ଓ ମାସିକ ଆୟ ପ୍ରାୟ ୬୦ ଲକ୍ଷ ଟଙ୍କା। ଏହା ଅନୁସାରେ ତାଙ୍କ ପୂର୍ବତନ ପତ୍ନୀ ଅଧିକ ଭରଣ ପୋଷଣ ଅର୍ଥ ଦାବି କରିଥିଲେ।

୨୦୧୪ରେ ସାମି ଓ ହସିନ୍ ଜାହାଁଙ୍କ ବିବାହ ହୋଇଥିଲା। ୨୦୧୫ରେ ସେମାନଙ୍କ କନ୍ୟା ଆଇରା ଜନ୍ମ ନେଇଥିଲା। ୨୦୧୮ରେ ଆନ୍ତର୍ଜାତିକ କ୍ରିକେଟର ମହମ୍ମଦ ସାମି ଓ ନାମୀ ମଡେଲ ଜାହାଁଙ୍କ ସମ୍ପର୍କ‌େ‌ର ତିକ୍ତତା ଆରମ୍ଭ ହୋଇଥିଲା। ସାମିଙ୍କ ବିରୋଧରେ ଜାହାଁ ଘରୋଇ ହିଂସା, ଯୌତୁକ ନିର୍ଯାତନା ଓ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ସାମିଙ୍କ ସହ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିକୁ ସ୍ଥଗିତ ରଖିଥିଲା। ତଦନ୍ତ ପରେ ସାମିଙ୍କୁ ବିସିସିଆଇ କ୍ଲିନ୍‌ ଚିଟ୍‌ ଦେଇଥିଲା। ବହୁ ବାଦବିବାଦ ପରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments