ଘନୋଉଛି ଭାରତ ପାକ୍ ଯୁଦ୍ଧ ପରିସ୍ଥିତି
ଓଡିଶାର ଏହି ଜିଲ୍ଲାକୁ ରହିଛି ବିପଦ
ଆଲର୍ଟ ରହିବେ ଓଡିଶାର 12 ଜିଲ୍ଲା
ଯୁଦ୍ଧ ଆଶଙ୍କା କରି ଓଡ଼ିଶାର ୧୨ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ଅନୁଗୁଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଢେଙ୍କାନାଳ, ପୁରୀ, କୋରାପୁଟ ଏବଂ ସୁନ୍ଦରଗଡ଼଼ ରହିଛି ଟାର୍ଗେଟରେ। ଏହି ସବୁ ଜିଲ୍ଲାଗୁଡିକ ଅତି ସମ୍ୱେଦନଶୀଳ ସ୍ଥାନ ହୋଇଥିବାରୁ ମକଡ୍ରିଲ୍ ପାଇଁ ଏହି ସବୁ ଜିଲ୍ଲା ଗୁଡିକୁ ଚିହ୍ନଟ କରାଯାଇଛି। କାଟେଗୋରୀ ୧ରେ ତାଳଚେର ରହିଥିବା ବେଳେ କାଟେଗୋରୀ ୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ରାଉରକେଲା ଏବଂ ପାରାଦୀପ ରହିଛି। କାଟେଗୋରୀ ୩ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରହିଛି। ସେହିପରି କଟକ, ପୁରୀ ଓ ପାରାଦୀପ ପୋର୍ଟ ଜୋନକୁ ଅତି ବିପଦ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ତେବେ ଏହି ସବୁ ଜିଲ୍ଲାଗୁଡିକୁ ହିଁ କାହିଁକି ଚିହ୍ନଟ କରାଯାଇଛି ସେ ନେଇ ଅନେକ ତଥ୍ୟ ମିଳିଛି। ତାଳଚେର ଏକ ଶିଳ୍ପାନୁଷ୍ଠାନ ଅଞ୍ଚଳ ହୋଇଥିବାରୁ ଏହାକୁ ଅତି ସମ୍ୱେଦନଶୀଳ ଅଞ୍ଚଳ ଭାବେ କାଟେଗୋରୀ-୧ରେ ଅନ୍ତର୍ଭୂକ୍ତ କରାଯାଇଛି।
ତାଳଚେର କୋଇଲା ରପ୍ତାନୀ କେନ୍ଦ୍ର ହୋଇଥିବାରୁ ଏହି ଶିଳ୍ପାଞ୍ଚଳରେ ଅଧିକ ବିପଦ ଆଶଙ୍କା ରହିଛି। ଏଠାରେ ବହୁ ଶିଳ୍ପାଞ୍ଚଳ ଗଢି ଉଠିଥିବାରୁ ଏଠାରେ ଜନସଂଖ୍ୟା ମଧ୍ୟ ଅଧିକ। ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏଠାରେ ବହୁ ଜୀବନହାନୀ ହେବାର ସମ୍ଭାବନା ରହିଛି। ସେହିପରି କାଟେଗୋରୀ-୨ରେ ଥିବା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ରାଉରକେଲା ଏବଂ ପାରାଦୀପ ଅଞ୍ଚଳରେ ବନ୍ଦର ଓ ଶିଳ୍ପାୟନ ଗଢି ଉଠି ଥିବାରୁ ଏବଂ ଏହା ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ମଧ୍ୟ ଯୁଦ୍ଧ ଆଶଙ୍କା ରହିଛି। ଗୋପାଳପୁର ଓ ପାରାଦୀପ ସମୁଦ୍ର ସୀମାରେ ହୋଇଥିବାରୁ ଜଳପଥରେ ଆକ୍ରମଣ ହେବାର ସମ୍ଭାବନା ରହିଛି।
ମତ୍ସ୍ୟଜୀବୀମାନଙ୍କ ଜୀବନ ପ୍ରତି ବିପଦ ରହିଛି।ଆକ୍ରମଣକାରୀ ମାନେ ଜାହାଜକୁ ନିଜ ଅକ୍ତିଆରକୁ ନେଇ ଲୋକଙ୍କୁ ବନ୍ଦୀ ରଖି ନିଜ ଦାବି ରଖି ପାରନ୍ତି। କାଟେଗୋରୀ ୩ରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଉପକୂଳବର୍ତୀ ଏବଂ ବିକଶିତ ଜିଲ୍ଲା ହୋଇଥିବାରୁ ଆକ୍ରମଣକାରୀ ମାନେ ନିଶ୍ଚୟ ଏହି ଜିଲ୍ଲାଗୁଡିକର କ୍ଷତି କରିବାକୁ ଚାହିଁବେ। ତେଣୁ ଏହି ସବୁ ଅଞ୍ଚଳ ଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି।