Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜଲକ୍ଷେ ପାର୍ ସୁନା ଦାମ୍ !

ଲକ୍ଷେ ପାର୍ ସୁନା ଦାମ୍ !

ଆଉ ଖସିବନି ସୁନା ଦାମ୍ । ଦିନକୁ ଦିନ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ଦ୍ଧିତ ଦର ଦେଖି ମୁଣ୍ଡରେ ହାତ ଦେଲେଣି ଗ୍ରାହକ । ତେବେ ଆଗାମୀ ଦିନରେ ସୁନା ଦର ଲକ୍ଷେ ଛୁଇଁବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ । ଏଣିକି ଖୁବଶୀଘ୍ର ଲକ୍ଷେ ଛୁଇଁବ ସୁନା ଦର । ହୁ ହୁ ହୋଇ ବଢ଼ି ଚାଲିଛି ସୁନାଦର । ୨୨ ହେଉ କି ୨୪ କ୍ୟାରେଟ, ଉଭୟ ଦରରେ ବିପୁଳ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପାଖାପାଖି ୮୫ହଜାର ଟଙ୍କା ରହିଛି ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପାଖାପାଖି ୯୨ହଜାର ଟଙ୍କା ରହିଛି । ସୋମବାର ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ପିଛା ୭୦୦ରୁ ଅଧିକ ଟଙ୍କା ବଢ଼ିଛି । ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଭୁବନେଶ୍ବରରେ ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୩ହଜାର ୩ହଜାରରୁ ଅଧିକ ମହଙ୍ଗା ହୋଇଥିବା ବେଳେ ୨୪ କ୍ୟା‌ରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି । କେବଳ ସୁନା ନୁହେଁ, ରୁପା ଦାମ୍ ମଧ୍ୟ ବଢ଼ିଛି। ଏକ କିଲୋ ରୁପାର ଦାମ୍ ଏବେ ୧ଲକ୍ଷ ୧୩ହଜାର ଟଙ୍କା ରହିଛି । ଅନିଶ୍ଚିତତାର ସ୍ଥିତିରେ ବଡ଼ ବଡ଼ ନିବେଶ ସଂସ୍ଥା ଓ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣା ବଢେଇ ଦେଇଥିବାରୁ, ଏହି ମୂଲ୍ୟବାନ ଧାତୁର ଦାମ ବଢିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତରେ ସୁନା ଦାମ୍ ୩୮ ପ୍ରତିଶତ ଓ ରୁପା ୩୬ ପ୍ରତିଶତ ବଢ଼ିଛି । ତେବେ ସୁନା କିଣିବା ବେଳେ ସୁନାର ସୁଦ୍ଧତା ଯାଞ୍ଚ କରିବା ଆବଶ୍ୟକ ରହିଛି । ସୁନା କିଣିବା ବେଳେ ସର୍ବଦା ହଲମାର୍କ ଚିହ୍ନ ଦେଖି ସୁନା କିଣନ୍ତୁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments