ପୁଣି ବିବାଦ ଘେରରେ ତୁଳସୀ ପାର୍ଟି ମାଲିକ
ଦୁଷ୍କର୍ମ ସହ ଲାଗିଲା ଧମକ ଅଭିଯୋଗ
ସେପଟେ ନରି ପାଇଁ ଧର୍ମର ହେଲା ଜୟ
ଯାତ୍ରା ଜଗତର ନାଣ୍ଡୁ ନରି ବିବାଦ କଥା କାହାକୁ ଅଛପା ନାହିଁ । ସେହି ବିବାଦରେ ନରିଙ୍କୁ ଭୁଲ୍ ଦର୍ଶାଇ
ନରିଙ୍କ ପାଇଁ ଯାତ୍ରା ପେଣ୍ଡାଲ ବନ୍ଦ କରାଯାଇଥିବା ବେଳେ ପୁଣି ଥରେ ସବୁ ବିବାଦରେ ପଡିଲା ପୁର୍ଣ୍ଣଚ୍ଛେଦ । ଯାତ୍ରା ମାଲିକ ସଂଘ ନରି ପଣ୍ଡାଙ୍କୁ ବ୍ୟାନ୍ କରିଛି ଆଉ ଏହାରି ଭିତରେ ଏବେ ଯାତ୍ରା କମେଡିଆନ୍ ନରି ପଣ୍ଡା ପୁଣି ମାର୍କେଟରେ । ଯାତ୍ରା ଓଁକାରରେ ପୁଣି ଥରେ ମାରିବେ ପାଉଡର୍ କରିବେ ଅଭିନୟ। ଓଁ କାର ଗଣନାଟ୍ୟରେ ବିଧିବଧ ଭାବେ ସାମିଲ ହେଲେ ଯାତ୍ରା କମେଡ଼ିଆନ ନରି ପଣ୍ଡା। ତୁଳସୀ ଗଣନାଟ୍ୟ ବିବାଦ ପରେ ଯାତ୍ରା ମାଲିକ ସଂଘ ନରି ପଣ୍ଡାଙ୍କୁ ବ୍ୟାନ କରିଥିଲେ। ତେବେ ଯାତ୍ରା ମାଲିକ ସଂଘରେ ସାମିଲ ନଥିବା ଓଁକାର ଗଣନାଟ୍ୟରେ ସାମିଲ ହୋଇଛନ୍ତି ନରି ପଣ୍ଡା।
ନ୍ୟାୟ ନମିଳିବା ଯାଏଁ ଯାତ୍ରା ମାଲିକ ସଂଘ ଠୁ ଦୂରରେ ରହିବା ନେଇ କହିଛନ୍ତି ନରି। ଅଭିଯୋଗକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ ପୋଲିସ କୌଣସି ପଦକ୍ଷେପ ନେଇନି। ଏପଟେ ପୁଣି ବିବାଦରେ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ। ବାକି ଟଙ୍କାକୁ ନେଇ ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀଙ୍କୁ ଲୋକ ଲଗେଇ ନାଣ୍ଡୁ ବାବୁ ଆକ୍ରମଣ କରିଥିବାର ଅଭିଯୋଗକୁ ନେଇ ହଇଚଇ । ମାମୁନୀ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଛି। ହେଲେ ମାମୁନୀଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ କହି ତାଙ୍କ ଉପରେ ବି ପାଲଟା ଅଭିଯୋଗ ଆଣିଛନ୍ତି ନାଣ୍ଡୁ। ସମ୍ରାଟ ଅଶୋକ ଅପେରାର ଅଭିନେତ୍ରୀ ମାମୁନୀଙ୍କ ଅଭିଯୋଗ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ତାଙ୍କୁ ଯାତ୍ରା କମିଟି ଲୋକଙ୍କୁ ଲଗାଇ ମାଡ଼ ମରେଇଛନ୍ତି। ବାଲେଶ୍ବର ବାଲିଆପାଳ ଯାତ୍ରା କ୍ୟାମ୍ପରେ ସେ ଓ ସେଇ ପାର୍ଟିରେ ଥିବା ତାଙ୍କ ଉପସ୍ଥାପକ ସ୍ବାମୀ ବାପି କୁମାରଙ୍କୁ ବି ଦୁର୍ବ୍ୟବହାର କରାଯିବା ସହ ତାଙ୍କ ଗାଡ଼ି ପୋଡ଼ି ଦେବାକୁ ଧମକ ଦିଆଯାଇଛି।
ଉତ୍ତରରେ ମାମୁନୀ କହିଛନ୍ତି 2024-25 ଯାତ୍ରା ସିଜିନ ପାଇଁ ପାର୍ଟି ଉପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ବାକିଥିବା 7 ଲକ୍ଷ ଟଙ୍କାକୁ ନେଇ ଏ ବିବାଦ। ବାଲିଆପାଳରେ ଯାତ୍ରା ଚାଲିଥିବା ବେଳେ ଟଙ୍କା ନଦେଲେ ମଞ୍ଚକୁ ଉଠିବିନି ବୋଲି କହିବାରୁ ବାଧ୍ୟ ହୋଇ ନାଣ୍ଡୁ ବାବୁ 1 ଲକ୍ଷ ଟଙ୍କା ଦେଲେ। କିନ୍ତୁ 24 ତାରିଖରେ ଯାତ୍ରା ଆରମ୍ଭ ହେବା ବେଳକୁ ସେଇ ଆକ୍ରୋଶ ରଖି କମିଟି ଲୋକଙ୍କୁ ଲଗାଇ ପ୍ରଥମେ ତାଙ୍କ ସ୍ବାମୀଙ୍କୁ ଦୁର୍ବ୍ୟବହାର କରାଗଲା, ଯାହାର ସେ ବିରୋଧ କରିବାରୁ ତାଙ୍କ ଉପରେ ବି ଆକ୍ରମଣ ହେଲା ବୋଲି ଅଭିଯୋଗ କରିଛନ୍ତି ମାମୁନୀ।.. ଗତ 24 ତାରିଖର ଏ ଘଟଣା ବାବଦରେ ମାମୁନୀ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ କରୁଛି ।