Sunday, September 7, 2025
spot_imgspot_imgspot_imgspot_img
Homeନ୍ୟୁଜମାଷ୍ଟରଷ୍ଟ୍ରୋକ ଖେଲିଲେ ମୋହନ !

ମାଷ୍ଟରଷ୍ଟ୍ରୋକ ଖେଲିଲେ ମୋହନ !


ମୋହନ ସରକାରଙ୍କ ଆଉ ଏକ ମାଷ୍ଟ୍ରରଷ୍ଟ୍ରୋକ
ରଜରେ ଘୋଷଣା ହେବ ୧୨ ନୂଆ ଏନଏସି
ତାଲିକାରେ ରହିଛି କି ଆପଣଙ୍କ ଅଞ୍ଚଳ

ରାଜ୍ୟବାସୀଙ୍କ ମନ ଜିତିବା ପାଇଁ ସବୁ ପ୍ରକାରର ପ୍ରୟାସ ଜାରି ରଖିଛନ୍ତି ମୋହନ । ନୂଆ ଯୋଜନା କାର୍ଯ୍ୟକାରୀ କରିବା ପରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି । ତେବେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଯୋଜନା ପେଡି ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସସି ଘୋଷଣା କରିବାକୁ ଯୋଜନା ହୋଇଛି । ରଜ ଅବସରରେ ରାଜ୍ୟର ସହରାଞ୍ଚଳ ବୃଦ୍ଧିର ନିଅଁ ପଡିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସସି ଘୋଷଣା ହେବ । ଏଥିରେ ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ ।

ସ୍ଥାନୀୟ ଦାବୀ ଅଞ୍ଚଳ ଦାବୀ ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ । ଏବେ ମଞ୍ଜୁରୀ ପରେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା ଏନଏସି ଗୁଡିକର ନାଁ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏତିକି ନୁହେଁ ତାଲିକାଭୁକ୍ତ ହୋଇଥିବା ଏନଏସି ଗୁଡିକୁ ମୁନସିପାଲିଟୀ କରିବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି । ଭଞ୍ଜନଗର ଓ ପୋଲସରା ଏନଏସିକୁ ମୁନସିପାଲିଟୀ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି । ତେବେ ନୂଆ ସରକାର ଜାଣିଶୁଣି ପୁରୁଣା ସରକାର ଘୋଷଣା କରିଥିବା ତାଲିକାକୁ ବନ୍ଦ ରଖିଥିବା ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୩ ଜିଲ୍ଳାର ୫୭ଟି ନୂଆ ଏନଏସି ପାଇଁ ଘୋଷଣା କରିଥିଲେ । ୬ଟି ଏନଏସିକୁ ମ୍ୟୁନିସିପାଲିଟି କରିବାକୁ ଘୋଷଣା ହୋଇଥିଲା । କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ ବିଧିବିଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା । ଏବେ ୧୨ ଏନଏସି ଘୋଷଣା ପରେ ଅନ୍ୟ ଏନଏସି ଘୋଷଣା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments