ସୁନା କିଣିବାକୁ ଚାହୁଁଛନ୍ତି କି ? ଚେକ କରନ୍ତୁ ରେଟ୍
ହୁ ହୁ ହୋଇ ବଢିଚାଲିଛି ସୁନା ଦାମ୍
ଭାରତୀୟ ବଜାରରେ ଏତିକି ରହିଛି ମୂଲ୍ୟ
ଭାରତର ସଂସ୍କୃତି ଓ ଅର୍ଥନୀତିରେ ସୁନାର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟଙ୍କ ପାଇଁ ଏହା କେବଳ ଏକ ଧାତୁ ନୁହେଁ ବରଂ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ । ଭାରତରେ ପ୍ରତ୍ୟେକ ଘରେ ଜନ୍ମଦିନ ହେଉ କି ବିବାହ କିମ୍ବା କୌଣସି ଉତ୍ସବ, ଉପହାର ଦେବା ପାଇଁ ପ୍ରଥମେ ମନରେ ସୁନା ହିଁ ଆସିଥାଏ। ତେବେ ହୁ ହୁ ହୋଇ ବଢୁଥିବା କାରଣରୁ ସୁନା କିଣିବା ପାଇଁ ଲୋକଙ୍କ ମନରେ ଛନକା ପଶିଛି । ଭୂ-ରାଜନୈତିକ ସ୍ତରରେ ଉତ୍ତେଜନା ଲାଗି ରହୁଥିବାରୁ ସୁନା ଦର ଆକାଶ ଛୁଆଁ ରହୁଛି। ତେବେ ରାଜ୍ୟରେ ସୁନା ଦରରେ ପରିବର୍ତ୍ତନ ହୋଇନାହିଁ। ଆଜି ସୁନା ଦର ଅପବର୍ତ୍ତିତ ରହିଛି।
ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ରହିଛି। ।ସେହିପରି ୨୪ କ୍ୟାରେଟ୍ ସୁନା ଦର ୯୭,୪୮୦ ଟଙ୍କା ରହିଛି। ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଚାର ୩୫୦ ଟଙ୍କା ଥିଲା। ସେହିପରି ୨୪ କ୍ୟାରେଟ୍ ସୁନା ଦର ୯୭,୪୮୦ ଟଙ୍କା ରହିଥିଲା। ସେହିପରି କଟକରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୯୭,୪୮୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ରହିଛି।