ସାଧାରଣତଃ ଶରୀର ପାଇଁ ନନଭେଜ ଅପେକ୍ଷା ଭେଜ ବା ପନିପରିବା ଯୁକ୍ତ ଖାଦ୍ୟ ବେଶ ଉପଯୋଗୀ ବୋଲି କୁହାଯାଏ । ତେବେ ସମସ୍ତ ସବୁଜ ପରିବା ମଧ୍ୟରେ କଲରା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା ବୋଲି ଲୋକେ ବିଶ୍ବାସ କରନ୍ତି । ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି । ହେଲେ ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଲୋକମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଥାନ୍ତି। ତେବେ ଏହି ଋତୁରେ ଅଧିକ ମାତ୍ରାରେ କଲରା ଖାଇବା ଠିକ୍ ନା ଭୁଲ । କଣ ଏହା ଶରୀରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ କି ? ତେବେ ଏକ୍ସପର୍ଟଙ୍କ ଅନୁସାରେ ଗ୍ରୀଷ୍ମ ଋତୁରେ କଲରା ଖାଇବାର ଅନେକ ଫାଇଦା ମିଳିଥାଏ ।
ଓଜନ ହ୍ରାସ କରିବାରେ କଲରା ସାହାଯ୍ୟକାରୀ ହୋଇଥାଏ । ଦୃଷ୍ଟି ଶକ୍ତି ବଢାଇବା ପାଇଁ ଗ୍ରୀଷ୍ମ ଋତୁରେ କଲରା ଖାଇବା ଭଲ ବୋଲି କୁହାଯାଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ପିତା ଖାଇବା ଏକ ଆରାମଦାୟକ । କଲରାରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମିଳିଥାଏ। ଯେଉଁଥିପାଇଁ ଶରୀରର ଫୁଲା ଦୂର ହୋଇଯାଏ । ଚର୍ମ ସହିତ ଜଡିତ ଅନେକ ରୋଗ ମଧ୍ୟ ନିୟମିତ କଲରା ଖାଇବା ଦ୍ୱାରା ଦୂର ହୋଇପାରିବ। କୋଷ୍ଠକାଠିନ୍ୟ ଭଳି ରୋଗର ମୁକାବିଲା ପାଇଁ କଲରା ଉତ୍କୃଷ୍ଟ ଖାଦ୍ୟ ହୋଇଥାଏ। କଲରା ଖାଇଲେ ହୋଇଥାଏ ଏହି ସବୁ ଅସୁବିଧା ।
ତେବେ ଖରାଦିନେ ମଧୁମେହ ରୋଗୀ ମାନେ କଲରା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରାବା ଉଚିତ୍ । ଯେଉଁ ମହିଳାମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଉଛନ୍ତି, ସେମାନେ ମଧ୍ୟ କଲରା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଗର୍ଭାବସ୍ଥାରେ ମଧ୍ୟ କଲରା ଖାଇବା ଉଚିତ୍ ନୁହେଁ। ଏପରି କରିବା ଦ୍ୱାରା କ୍ଷତି ହୋଇପାରେ। ଅନେକ ଥର କଲରା ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ସୃଷ୍ଟି ହୁଏ । ସେହିପରି କଲରା ଖାଇବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ। ସେଥିପାଇଁ ଗ୍ରୀଷ୍ମ ଋତୁରେ ପିତା ପନିପରିବା ବହୁତ ଖାଆନ୍ତି । କଲରାରେ ଏପରି ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆପଣଙ୍କ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଫାଇବର ଭଳି ଜିନିଷ ଅନ୍ତର୍ଭୁକ୍ତ।