Monday, September 8, 2025
spot_imgspot_imgspot_imgspot_img
Homeସ୍ପେଶାଲ୍ ରିପୋର୍ଟକରନ୍ତୁ ଏହି କାମ ଘରେ ହେବ ଧନ ବର୍ଷା !

କରନ୍ତୁ ଏହି କାମ ଘରେ ହେବ ଧନ ବର୍ଷା !


ଏହି ଉପାୟରେ ଦୂର କରନ୍ତୁ ବାସ୍ତୁ ଦୋଷ
ଘରେ ରହିବ ଶାନ୍ତି ହେବ ଧନ ବର୍ଷା
ବାସ୍ତୁଶାସ୍ତ୍ରରେ ରହିଛି ସୁଖ, ସମୃଦ୍ଧିର ଉପାୟ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଆର୍ଥିକ ସମସ୍ୟା ଲାଗି ରହିଥିଲେ କିଛି ସରଳ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ। ବାସ୍ତୁର ଏହି ଉପାୟ ଆପଣାଇ ଟଙ୍କା ଅଭାବକୁ ଦୂର କରିବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ବାସ୍ତୁ ଅନୁସାରେ ଘରେ ଟଙ୍କା ଅଭାବ ସହ ଧନ ସହ ଜଡିତ ସମସ୍ୟା ଲାଗି ରହୁଥିଲେ, ମନିପ୍ଲାଣ୍ଟଗଛ ନିଶ୍ଚୟ ଲଗାନ୍ତୁ। ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ମାନ୍ୟତା ଅନୁଯାୟୀ, ଏହି ଗଛକୁ ଘରେ ରଖିବା ଦ୍ୱାରା ଧନ ସହ ଜଡିତ ସମସ୍ୟା ଦୂର ହୋଇଥାଏ। ସେହିପରି ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହେଉଥିଲେ, ଘରର ଉତ୍ତର ଦିଗ ସହ ଜଡ଼ିତ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଉତ୍ତର ଦିଗକୁ ଭଗବାନ କୁବେରଙ୍କ ଦିଗ ବୋଲି କୁହାଯାଏ।

ତେଣୁ ଘରର ଆଲମିରାକୁ ଦକ୍ଷିଣ ଦିଗର କାନ୍ଥ ନିକଟରେ ରଖନ୍ତୁ, ଯେପରି ଏହାର କବାଟ ଉତ୍ତର ଦିଗକୁ ଖୋଲିବ। ବାସ୍ତୁ ଅନୁଯାୟୀ, ଏପରି କରିବା ଦ୍ୱାରା ଭଗବାନ କୁବେରଙ୍କ ସହ ଘରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ। ଘରର ମୁଖ୍ୟ ଦରଜା ଆଦୌ ଭଙ୍ଗାତୁଟା ହେବା ଉଚିତ୍ ନୁହେଁ। ଏପରି ହୋଇଥିଲେ ତୁରନ୍ତ ଏହାକୁ ଠିକ୍ କରି ଦିଅନ୍ତୁ। ନଚେତ୍ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ପୂଜା କରିବା ସମୟରେ ମୁଖ୍ୟଦ୍ୱାର ନିକଟରେ ଦୀପ ଧୂପ ନିଶ୍ଚୟ ଅର୍ପଣ କରନ୍ତୁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments