ପୁଣି ପୁଅ ପାଖକୁ ଫେରିବେ ମାଆ ସୋନାଲି ପଣ୍ଡା
ସ୍ବାମୀଙ୍କ ପାଖରେ ରହିବେ କି ଅଭିନେତ୍ରୀ
ଶ୍ରୀକ୍ଷେତ୍ରଙ୍କ କଥା ବଢାଇଲା ଚର୍ଚ୍ଚା
ନାଣ୍ଡୁବାବୁଙ୍କ ପାଇଁ ଯାତ୍ରା ଜଗତରେ ଲାଗିଛି ନିଆଁ । କିଏ ଟଙ୍କା ନ ପାଇ ଅପଦସ୍ତ ତ ପୁଣି କିଏ ପରିବାର ଠୁ ଦୂରରେ ରହି ହଟହଟା ହେଉଛି । ନିରୀହ କୁନି ପୁଅକୁ ଛାଡି କେମିତି ଦୂରରେ ରହିଛି ସୋନାଲି । ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ଭାରେ ଭାରେ ନିନ୍ଦା କଲେ ଲୋକେ । ସ୍ବାମୀ କହିଲେ ସୋନାଲିଙ୍କୁ ବାନ୍ଧି ରଖିଛି ନାଣ୍ଡୁବାବୁ । ସେପଟେ ସୋନାଲି ନାଣ୍ଡୁ ବାବୁକୁ ଭଗବାନ କହି ସ୍ବାମୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଲେ । ଗଣ ମାଧ୍ୟମରେ ଚର୍ଚ୍ଚା ହେଲା ଘରୋଇ କଳି । ଲୋକେ ବି ଆଲୋଚନା କଲେ ଯାତ୍ରାର ଯାତେରା କଥା ।
ବିବାଦରେ କୋର୍ଟରେ ପହଁଚିଲା । ସବୁ ଝଗଡା ଭିତରେ ଦିନକୁ ଦିନ ପଙ୍କ ଭିତରକୁ ପଶି ପଶି ଗଲେ ତୁଳସୀ ଯାତ୍ରୀ ପାର୍ଟି ମାଲିକ ନାଣ୍ଡୁ ଧଳ । ଶେଷରେ ନାଣ୍ଡୁ ବାବୁଙ୍କ ବିବାଦ ବଢିବା ଶ୍ରୀକ୍ଷେତ୍ରଙ୍କ ପାଇଁ ଆର୍ଶୀବାଦ ଭଳି ହୋଇଛି । ବଞ୍ଚିବାର ନୂଆ ଆଶା ପାଇଛନ୍ତି ଶ୍ରୀକ୍ଷେତ୍ର । ପୁଣି ପୁଅ ପାଖକୁ ମାଆ ଫେରିବ ବୋଲି ଆଶା ବାନ୍ଧି ବସିଛନ୍ତି । ଯାହାକୁ ନେଇ ଏଭଳି କିଛି କହିଛନ୍ତି ସୋନାଲିଙ୍କ ସ୍ବାମୀ ।ଶ୍ରୀକ୍ଷେତ୍ର
ଖବର ଅନୁସାରେ ନରି ପଣ୍ଡାଙ୍କ ପରେ ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର । ସେ କହିଥିଲେ ଯେ ମୋ ସ୍ତ୍ରୀକୁ ଛାଡୁ ନାହାନ୍ତି ତୁଳସୀ ଯାତ୍ରା ପାର୍ଟି ମାଲିକ । ଯେତେ କହିଲେ ବି ଫେରାଉ ନାହାନ୍ତି ।
ଏହା ମଧ୍ୟ କହିଥିଲେ ଯେ ମୋ ସ୍ତ୍ରୀ ସୋନାଲି ପଣ୍ଡାକୁ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ନିଜ ପାଖରେ ରଖିଛନ୍ତି । ଯାତ୍ରା ପାର୍ଟି ଅଭିନେତ୍ରୀ ସୋନାଲି ପଣ୍ଡାଙ୍କୁ ମୁଁ ବିବାହ କରିଛି । ଆମର ଏକ ପୁଅ ବି ଅଛି । ମୁଁ ମୋ ପୁଅ ସହିତ ୧୨ ବର୍ଷ ହେବ ପାରିକୁଦରେ ରହୁଛି । ହେଲେ ମୋ ସ୍ତ୍ରୀ ସୋନାଲି ପଣ୍ଡା ଏବେ ନାଣ୍ଡୁ ବାବୁଙ୍କ ପାଖରେ । ସେପଟେ ସ୍ବାମୀଙ୍କ ଅଭିଯୋଗ ପରେ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଅଭିନେତ୍ରୀ ସୋନାଲି ପଣ୍ଡା । ତାଙ୍କ ସ୍ବାମୀ ଜନ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଅଭିନେତ୍ରୀ । ଆଉ ଏବେ ପୁଣି ପୁରୁଣା ବିବାଦର ଅନ୍ତ ହେବାକୁ ଯାଉଛି ବୋଲି ଆଲୋଚନା କରିଛନ୍ତି ଲୋକେ ।