Monday, September 8, 2025
spot_imgspot_imgspot_imgspot_img
Homeମନୋରଞ୍ଜନଝିଅ ପାଇଁ ଶହେ କୋଟିର ଆପାର୍ଟମେଣ୍ଟ !

ଝିଅ ପାଇଁ ଶହେ କୋଟିର ଆପାର୍ଟମେଣ୍ଟ !

ପୁଣି ଚର୍ଚ୍ଚାର ଘେରକୁ ଆସିଛନ୍ତି ବଲିଉଡର ବେଷ୍ଟ ଦମ୍ପତ୍ତି ଦୀପିକା ପାଦୁକୋନ ଓ ସ୍ବାମୀ ରଣବୀର ସିଂ । ଝିଅକୁ ଜନ୍ମ ଦେବା ପରେ ମା ହିସାବରେ ଦୀପିକା ଦୁଆର ସୁସ୍ଥ ଶରୀର ପ୍ରତି ସଚେତନ ରହିଥିଲେ । ପୁଣି ଝିଅ ପାଇଁ ବାପା – ମା ହିସାବରେ ଆଉ ଏକ ପଦକ୍ଷେପ ନେଇଛନ୍ତି । ଝିଅ ଦୁଆର ଭବିଷ୍ୟତକୁ ନେଇ ରଣବୀର ଏବଂ ଦୀପିକା ତାଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବାରେ ସଫଳ ହୋଇଛନ୍ତି ।

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଉଭୟେ ମିଶି ଝିଅ ଦୁଆ ପାଇଁ କିଣିଥିବା ନୁଆ ଘର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୁହେଁ ଶାହରୁଖ ଖାନଙ୍କ ଘର ମନ୍ନତ ପାଖରେ ଥବା ଆପାର୍ଟମେଣ୍ଟକୁ କୋଟି କୋଟି ଟଙ୍କାର ହୋଇଥିବା ସୂଚନା ମିଳୁଛି । ଯାହାର ଦାମ୍ ୧୦୦କୋଟି ଟଙ୍କା ବୋଲି ଶୁଣାଯାଉଛି । ଯାହା ୧୬ରୁ ୧୯ ମହଲା ପର୍ଯ୍ୟନ୍ତ ବୋଲି ପୋଷ୍ଟ ହୋଇଥିବା ଫଟୋରୁ ଜଣାପଡୁଛି । ଅନ୍ୟପଟେ ଦୀପିକା ପାଦୁକୋନ ଶେଷ ଥର ପାଇଁ ‘ସିଙ୍ଘମ ଅଗେନ୍’ରେ ଡିସିପି ଶକ୍ତି ଶେଟ୍ଟୀ ଭାବରେ ନଜର ଆସିଥିଲେ। ମାଆ ହେବା ପରେ ଦୀପିକା ତାଙ୍କ ଆଗାମୀ ଫିଲ୍ମକୁ ନେଇ କୌଣସି ଘୋଷଣା କରିନାହାଁନ୍ତି । ଠିକ୍ ସେହିପରି ରଣବୀର ସିଂ ବର୍ତ୍ତମାନ ଫିଲ୍ମ ‘ଧୁରନ୍ଧର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରଣବୀରଙ୍କ ସମେତ ସଞ୍ଜୟ ଦତ୍ତ, ଆର ମାଧବନ, ଅକ୍ଷୟ ଖାନ୍ନା ଏବଂ ୟାମି ଗୌତମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ରଣବୀର ସଞ୍ଜୟ ଲୀଲା ବଂଶାଲୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଶକ୍ତିମାନ’ ଏବଂ ‘ବୈଜୁ ବାୱରା’ରେ ମଧ୍ୟ ନଜର ଆସିବେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments