Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜଝିଅ ବାହାଘର କରିବେ ମୋହନ !

ଝିଅ ବାହାଘର କରିବେ ମୋହନ !


ଏଣିକି ଝିଅଙ୍କର ସବୁ ଦାୟିତ୍ବ ନେବେ ସରକାର
ପାଠପଢା ଠୁ ବାହାଘର ଖର୍ଚ୍ଚ ଉଠାଇବେ ମୋହନ
ସୁଭଦ୍ରା ପରେ ଆସିଲା କନ୍ୟା ବିବାହ ଯୋଜନା

ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ କମ୍ପିଉଠିଥିଲା କଟକ ବାଲିଯାତ୍ରା ପଡ଼ିଆ । ନାରୀଶକ୍ତି ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଦୁଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ଓଡିଶାର ମହିଳାଙ୍କ ବିକାଶ ପାଇଁ ବ୍ୟବହାର କରିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ମିଳୁଥିବା ଅର୍ଥକୁ ୯୦ ପ୍ରତିଶତରୁ ଅଧିକ ମହିଳା ସ୍ବାବଲମ୍ବୀ ହେବା ଦିଗରେ ବ୍ୟବହାର କରୁଛନ୍ତି । ରାଜ୍ୟରେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ମୋହନ । ଏହି ଯୋଜନା ଗରିବ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇବ ଏବଂ ଗଣ ବିବାହ ଆୟୋଜନ କରାଯିବ।

ସମାବେଶରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କ ବିକାଶ ଦିଗରେ ଏକ ଐତିହାସିକ ପଦକ୍ଷେପ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିଦେଶକୁ ରପ୍ତାନି ହେବ ଏବଂ ଓଡିଶାର ମହିଳାଙ୍କ ପାଇଁ ଆସନ୍ତା ୪ ବର୍ଷ ସୁବର୍ଣ୍ଣ ଯୁଗ ହେବ । ଏହି ଅବସରରେ କଟକ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଯୋଜନା ‘ସୁଭଦ୍ରା ପ୍ଲସ୍‌’ ଅଧୀନରେ ୧୪ଟି ବ୍ଲକ୍‌ରୁ ୧୪ ଜଣ ହିତାଧିକାରୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଜିଲ୍ଲାର ବିଧାୟକମାନେ ବାଲିଯାତ୍ରା ପଡିଆରେ ଆୟୋଜିତ ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଳେଭ’ରେ ଅଂଶଗ୍ରହଣ କରିଥିଲେ।ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ପ୍ରଗତିର ସାଥି ହେବ IIM ଓ IIT । ମହିଳାମାନଙ୍କୁ ବ୍ୟାବସାୟିକ ଓ ବୈଷୟିକ ତାଲିମ ଦେବ IIM ଏବଂ ସେମାନଙ୍କ ଉତ୍ପାତ ଏବଂ ବ୍ୟାବହାରିକ ଜ୍ଞାନକୁ ନେଇ ଗବେଷଣା ପରେ ବ୍ୟବସାୟର ଉନ୍ନତି ପାଇଁ ପରାମର୍ଶ ଦେବ IIT । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments