ଗୋଟିଏ ବିବାଦ ପରେ ଆଉ ଗୋଟେ ବିବାଦରେ ଛନ୍ଦି ହୋଇଛି ଯାତ୍ରା । ପ୍ରଥମେ ପିୟୁଷ ତାପରେ ନରି ପଣ୍ଡା ଆଉ ଏବେ ସୋନାଲି । ଯାତ୍ରା ଜଗତକୁ କାହାର ନଜର ଲାଗିଯାଇଛି ବୋଲି କହିବା ଆରମ୍ଭ କଲେଣି ଲୋକେ । ବିବାଦ ତୁଟାଇବାକୁ ବସୁଥିବା ବୈଠକରେ ଘନଉଛି ନୂଆ ବିବାଦ । ପିୟୁଷ ତ୍ରୀପାଠୀ ଓ ମାଲିକ ମାନଙ୍କ କଳିର ଅନ୍ତ ଘଟୁ ଘଟୁ ନରି ପଣ୍ଡାଙ୍କୁ ନ୍ୟାୟ ଦେବି ନେଇ ମୁହଁ ଖୋଲିଥିଲେ ବାପି ପଣ୍ଡା । ବାପି ପଣ୍ଡାଙ୍କ ଆକ୍ରମଣରେ ଆହତ ହୋଇଥିବା ମାଲିକ ସଂଘ ମଧ୍ୟ ଚୁପ ରହିନଥିଲେ । ତେବେ ଏହି ବିବାଦର ଅନ୍ତ ଖୋଜୁଥିବା ଦର୍ଶକ କାଗଜି ବା ସୋନାଲି ପଣ୍ଡାଙ୍କ ଫ୍ୟାମିଲି ଟ୍ବଷ୍ଟ ଭିତରେ ଏବେ ଛନ୍ଦି ହୋଇ ରହିଛନ୍ତି । କାହିଁକି ସ୍ବାମୀଙ୍କୁ ଛାଡିଲେ ସୋନାଲି ।
ତେବେ 12 ବର୍ଷ ପରେ ସୋନାଲିଙ୍କୁ କାହିଁ ଝୁରୁଛନ୍ତି ସ୍ବାମୀ ଶ୍ରୀକ୍ଷେତ୍ର ଏସବୁ ପ୍ରଶ୍ନ ଏବେ ଆଲୋଚନାକୁ ବଢାଇଛି । ସବୁଠୁ ବଡ କଥା ହେଉଛି ରାତିରେ ଆରମ୍ଭ ହୋଇ ରାତିରେ ଶେଷ ହେଉଥିବା ଯାତ୍ରା ଏବେ ଦିନରେ ଖବରର ଶୀର୍ଷରେ ରହିଛି । ପ୍ରତିଟି ଗଣମାଧ୍ୟମରେ ଯାତ୍ରା ସାଜିଛି ମୁଖ୍ୟ ପ୍ରସଙ୍ଗ । ଏସବୁ ଭିତରେ ଚର୍ଚ୍ଚା ହେଉଛି ଯେ ଖଣ଼୍ଡଗିରି ଯାତ୍ରା ସମୟରେ ଆଇଟମ ଡ୍ୟାନ୍ସର ଦେଇଥିବା ଅଭିଶାପ ଏବେ ଯାତ୍ରା ଜଗତ ଉପରେ ପଡିଛି । ଅଶ୍ଳୀଳ ନୃତ ଉପରେ ରୋକ ଲଗାଇବାକୁ ଯାଇ ଯାତ୍ରା କମିଟି କଠୋର ହୋଇଥିଲେ । ଆଇଟମ ଡ୍ୟାନ୍ସରଙ୍କ ପେଟପାଟଣା କଥା ଚିନ୍ତା ନକରି ସିଧା ସେମାନଙ୍କ ଉପରେ ରୋକ ଲଗାଇଲେ । ଏକା ସାଙ୍ଗରେ ନିଶା ମହାରଣା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶୀନିଙ୍କୁ ପେଣ୍ଡାଲ ଚଢିବାକୁ ଦିଆଗଲାଣି । ତେବେ ସେହି ସମୟରେ ସେମାନଙ୍କ ମୁହଁରୁ ବାହାରୁଥିବା ଅଭିଶାପ ଏବେ ଯାତ୍ରା ଜଗତ ପାଇଁ ସମସ୍ୟା ସୃଷ୍ଟି କରିଛି ବୋଲି ଆଲୋଚନା ବଢିଛି ।