ହନୁମାନ ଜୀଙ୍କୁ ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ ବୋଲି କୁହାଯାଇଥାଏ। ହନୁମାନ ଜୀ ମାତା ଅଞ୍ଜନୀ ଏବଂ ପବନ ଦେବଙ୍କ ପୁଅ। କିଛି ସମୟ ତଳେ ଶ୍ରୀଲଙ୍କାରେ ଖନନ ସମୟରେ ହନୁମାନଙ୍କ ଗଦା ମିଳିଥିଲା। ଏହି ଗଦାକୁ ଦେଖିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଯିଏ ଏହି ବିଶାଳ ଗଦାକୁ ଦେଖୁଛି ସିଏ ଆଶ୍ଚର୍ଯ୍ୟ ଲାଗୁଛି। ଶେଷରେ ଭଗବାନଙ୍କ ଏହି ଚମତ୍କାରକୁ ସମେସ୍ତ ନମସ୍କାର କରିଦେଲେ। ଏହି ଗଦାର ଓଜନ ପାଖାପାଖି ୧୦୦୦ କିଲୋରୁ ମଧ୍ୟ ଅଧିକ। ଏହି ଗଦା ସମ୍ପୂର୍ଣ୍ଣ ସୁନାରେ ତିଆରି। ଏହି ଖବର ବହୁତ ଜଲଦୀ ଇଣ୍ଟରନେଟ ଏବଂ ସୋଶିଆଲ ମିଡିଆରେ ଭାଇରାଲ ହେଉଛି।
କିଛି ଦିନ ତଳେ ଭାରତର ଆନ୍ତର୍ଜାତୀୟ ରାମାୟଣ ରିସର୍ଚ୍ଚ ସେଣ୍ଟରରେ ଏହା ବିଷୟରେ ଜଣା ପଡ଼ିଥିଲା ଯେ ଶ୍ରୀଲଙ୍କାରେ ରାମାୟଣ କାଳ ସହ ଜଡ଼ିତ କିଛି ଅବଶେଷ ମାଟିରୁ ମିଳିଛି। ରାମାୟଣ ରିସର୍ଚ୍ଚ ଟିମ୍ ଶ୍ରୀଲଙ୍କାରେ ଭିନ୍ନ ଭିନ୍ନ ସ୍ଥାନରେ ଖନନ କରି ରାମାୟଣ କାଳ ସହ ଜଡ଼ିତ ଅବଶେଷ ବିଷୟରେ ପତ୍ତା ଲଗାଉଛି। ରାମାୟଣ ରିସର୍ଚ୍ଚ ଟିମକୁ ଶ୍ରୀଲଙ୍କାରେ ଏବେ ଯାଏଁ ୫୦ରୁ ଅଧିକ ଅବଶେଷ ମିଳି ସାରିଛି। ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ରିସର୍ଚ୍ଚ ଟିମର କହିବାନୁସାରେ, ଏହା ପୂର୍ବରୁ ମଧ୍ୟ ରାବଣ ମହଲ, ଅଶୋକ ବାଟିକା, ବିଭୀଷଣ ମହଲ ଏବଂ ଏକ ବିଶାଳକାୟ ନରକଙ୍କାଳ ପ୍ରାପ୍ତ ହୋଇଥିଲା। ଯାହା ରାମୟଣ ରିସର୍ଚ୍ଚ ଟିମଙ୍କ ପାଖରେ ଅଛି। ଏହି ଟିମ୍ ଉକ୍ତ କଙ୍କାଳ ଉପରେ ନିଜର ରିସର୍ଚ୍ଚ କରୁଛନ୍ତି।
ତେବେ ଆପଣ କେବେ ଭାବିଛନ୍ତି କି ଭଗବାନ ହନୁମାନଙ୍କର ଗଦା କିପରି ତିଆରି ହେଲା ଏବଂ ତାଙ୍କୁ ଏହି ଶକ୍ତିଶାଳୀ ଅସ୍ତ୍ର କିଏ ଦେଇଥିଲା? ଭଗବାନ ହନୁମାନଙ୍କର ଗଦା କେବଳ ଏକ ସାଧାରଣ ଅସ୍ତ୍ର ନୁହେଁ ବରଂ ଆଶ୍ଚର୍ଯ୍ୟଜନକ ଶକ୍ତିର ପ୍ରତୀକ ମଧ୍ୟ। ପ୍ରତ୍ୟେକ ମୂର୍ତ୍ତି ଏବଂ ଫଟୋରେ ହନୁମାନଙ୍କ ଗଦା ଦେଖିବାକୁ ମିଳିଥାଏ, କିନ୍ତୁ ଏହା ପଛରେ କାହାଣୀ କ’ଣ? ଏହି ଗଦା ଏକ ସାଧାରଣ ଅସ୍ତ୍ର ନୁହେଁ, ବରଂ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହା ଶକ୍ତି ଏବଂ ବିଜୟର ପ୍ରତୀକ ବୋଲି କୁହାଯାଏ। କଳିଯୁଗରେ ଭଗବାନ ରାମଙ୍କର ଭକ୍ତ ହନୁମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶାସ୍ତ୍ରରେ ତାଙ୍କର ଗଦାକୁ ନେଇ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। କୁହାଯାଏ ଯେ ତାଙ୍କ ଗଦାର ନାମ ହେଉଛି ‘କୋମୋଦକି’। ଏହି ଗଦା ଚମତ୍କାର ଶକ୍ତିରେ ପରିପୂର୍ଣ୍ଣ ଥିଲା। ପୁରାଣ ଅନୁଯାୟୀ, ଧନର ଦେବତା କୁବେର ଛୋଟ ବେଳେ ହନୁମାନଙ୍କୁ ଏହି ଗଦା ଉପହାର ଦେଇଥିଲେ। କୁବେର ହନୁମାନଙ୍କୁ ମଧ୍ୟ ଆଶୀର୍ବାଦ ଦେଇଥିଲେ ଯେ ଏହି ଗଦା ସହିତ ସେ ଯେକୌଣସି ଯୁଦ୍ଧରେ ବିଜୟ ଲାଭ କରିବେ। ଏହି କାରଣରୁ ହନୁମାନଙ୍କର ଚିତ୍ର ଏବଂ ପ୍ରତିମୂର୍ତ୍ତିରେ ତାଙ୍କ ବାମ ହାତରେ ଏହି ଗଦା ଧରିଥିବାର ଦେଖିବାକୁ ମିଳେ। ଏହି ବିଶେଷତା ହେତୁ ତାଙ୍କୁ “ବାମହସ୍ତଗଦାୟୁକ୍ତମ୍” ମଧ୍ୟ କୁହାଯାଏ। ହନୁମାନଙ୍କ ଗଦା ବହୁତ ବିଶାଳ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ବିବେଚନା କରାଯାଏ। ଏହି ଗଦା ସହିତ ସେ ଅନେକ ଦାନବ ଏବଂ ରାକ୍ଷସମାନଙ୍କୁ ବଧ କରିଥିଲେ। ରାମାୟଣ ଏବଂ ମହାଭାରତ ପରି ଗ୍ରନ୍ଥରେ ଏହା ଉଲ୍ଲେଖ କରାଯାଇଛି।