Wednesday, April 23, 2025
spot_imgspot_imgspot_imgspot_img
Homeମନୋରଞ୍ଜନଗୁଜବ ଉପରେ ରୋକ ଲଗାଇଲେ ନୀଳନୟନା !

ଗୁଜବ ଉପରେ ରୋକ ଲଗାଇଲେ ନୀଳନୟନା !

ପାରିବାରିକ କଳହ, ମନମାଳିନ୍ୟ ପାଇଁ ଅଲଗା ହେବେ ଐଶ୍ବର୍ଯ୍ୟା ଓ ଅଭିଶେକ । ଏପରିକି ଶ୍ବଶୁର ଘର ଛାଡି ନୀଳନୟନା ନିଜ ବାପା ଘରେ ରହୁଥିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସମ୍ପତ୍ତି ପାଇଁ ଶାଶୁ ନଣନ୍ଦଙ୍କ ସହ ଐଶ୍ବର୍ଯ୍ୟାଙ୍କ ଭଲ ସଂପର୍କ ନଥିବା ଆଲୋଚନା କରୁଥିଲେ ଫ୍ୟାନ୍ସ । କିନ୍ତୁ ବର୍ତ୍ତମାନ ସବୁ ଚର୍ଚ୍ଚା ଉପରେ ରୋକ ଲଗାଇଛି ଐଶ୍ବର୍ଯ୍ୟାଙ୍କ ପୋଷ୍ଟ । ଅଭିଷେକ ଏବଂ ଐଶ୍ୱର୍ଯ୍ୟା ସେମାନଙ୍କର ୧୮ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହାକୁ ନେଇ ଏକ ପାରିବାରିକ ଫଟୋ ସେୟାର କରିଥିଲେ ଐଶ୍ୱର୍ଯ୍ୟା । ଏହି ପୋଷ୍ଟ ପରେ ଏବେ କମେଣ୍ଟ ଦେବାରେ ଲାଗିଛନ୍ତି ୟୁଜର୍ସ ।

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏପ୍ରିଲ ୨୦ରେ ସେମାନଙ୍କ ବିବାହକୁ ୧୮ ବର୍ଷ ପୂରଣ ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଦିନଟିକୁ ଉଭୟ ସେମାନଙ୍କ ଝିଅ ଆରାଧ୍ୟା ସହିତ ପାଳନ କରିଛନ୍ତି । ଆରାଧ୍ୟା, ଅଭିଷେକ ଓ ଐଶ୍ୱର୍ଯ୍ୟା ରାୟଙ୍କ ଫଟୋକୁ ଖୁବ ଭଲ ପାଇବା ଦେଇଛନ୍ତି ୟୁଜର୍ସ । ଫଟୋରେ ଐଶ୍ୱର୍ଯ୍ୟା, ଆରାଧ୍ୟା ଏବଂ ଅଭିଷେକ ହସୁଥିବା ନଜର ଆସିଛନ୍ତି । ଫଟୋରେ ବିଶେଷ କଥା ହେଉଛି ଯେ ତିନିଜଣ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଐଶ୍ୱର୍ଯ୍ୟା ସୋସିଆଲ ମିଡିଆ ପୋଷ୍ଟ ସେୟାର କରିବା ମାତ୍ରେ ୟୁଜର୍ସ ଏଥିରେ କମେଣ୍ଟ ଦେବା ଆରମ୍ଭ କରି ଦେଇଥିଲେ । ଜଣେ ୟୁଜର୍‌ ଲେଖିଛନ୍ତି, ଏହି ପୋଷ୍ଟ ସମସ୍ତ ଗୁଜବ ଉପରେ ଏକ ଶକ୍ତ ଚାପୁଡ଼ା । ଆଉ ଜଣେ ଲେଖିଛନ୍ତି, ଏହା ନିଶ୍ଚିତ ହୋଇଗଲା ଯେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେଉନାହିଁ । ଆଉ ଜଣେ ୟୁଜର୍ ଲେଖିଛନ୍ତି, ଶେଷରେ ଜଣା ପଡ଼ିଲା ଯେ ସବୁକିଛି ଠିକ୍ ଅଛି, ପରିବାରଠାରୁ କିଛି ବଡ଼ ନୁହେଁ । ତେବେ ୨୦୨୪ ମସିହାରୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅଲଗା ହେବା ନେଇ ଖବର ଆସିବା ଆରମ୍ଭ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments