ଷ୍ଟେଟ ବ୍ୟାଙ୍କ ଦେଉଛି ଦମଦାର ସ୍କିମ୍
ଗ୍ରାହକଙ୍କୁ ମିଳିବ ୭୦ ହଜାରର ରିଟର୍ଣ୍ଣ
ଅଳ୍ପ ନିବେଶରେ ପାଇବେ ବେଶି ଲାଭ
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବର୍ତ୍ତମାନ ଗ୍ରାହକଙ୍କୁ ଉତ୍କୃଷ୍ଟ ସୁବିଧା ଦେଉଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ନୂତନ ଏଫଡି ସ୍କିମ୍ ଆରମ୍ଭ କରିଛି ଯେଉଁଥିରେ ଆପଣ ପୁଞ୍ଜି ବିନିଯୋଗ କଲେ ଅଧିକ ରିଟର୍ଣ୍ଣ ପାଇବେ । ଏକ ସରକାରୀ ବ୍ୟାଙ୍କ ହୋଇଥିବାରୁ ଆପଣଙ୍କର ବିନିଯୋଗରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।
ଆଜିର ସମୟରେ ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିକ୍ସଡ ଡିପୋଜିଟରେ ଟଙ୍କା ବିନିଯୋଗ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିକ୍ସଡ ଡିପୋଜିଟରେ ଟଙ୍କା ବିନିଯୋଗ କରନ୍ତି, ତେବେ ସୁଧ ହାର ପୁଞ୍ଜି ବିନିଯୋଗ ଅବଧି ଅନୁଯାୟୀ ଭିନ୍ନ ହୋଇଥାଏ । ଯଦି ଆପଣ 1 ବର୍ଷ ପାଇଁ SBI FD ଯୋଜନାରେ ବିନିଯୋଗ କରିଛନ୍ତି, ତେବେ ଆପଣଙ୍କୁ ୬.୮ ପ୍ରତିଶତ ସୁଧ ହାରର ସୁବିଧା ଦିଆଯାଉଛି ।
ଏହା ବ୍ୟତୀତ, ଯଦି ଆପଣ ୨ ବର୍ଷ ଅବଧିର FD ଯୋଜନାରେ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ୭ ପ୍ରତିଶତ ସୁଧ ହାରର ଲାଭ ଦିଆଯାଉଛି ଏବଂ ଯଦି ଆପଣ ୩ ବର୍ଷର FD ଯୋଜନାରେ ବିନିଯୋଗ କରୁଛନ୍ତି, ତେବେ ମଧ୍ୟ ଆପଣଙ୍କୁ ୭ ପ୍ରତିଶତ ସୁଧ ହାରର ଲାଭ ମିଳିବ । ୫ ବର୍ଷର FD ବିନିଯୋଗରେ ୬.୭୫ ପ୍ରତିଶତ ସୁଧ ସୁବିଧା ମିଳିବ ।
ଯଦି ଆପଣ SBI ୭ ବର୍ଷ FDରେ ନିବେଶ କରନ୍ତି, ତେବେ ବ୍ୟାଙ୍କ ଆପଣଙ୍କୁ ୬.୫୦ ପ୍ରତିଶତ ହାରରେ ସୁଧ ଦେଉଛି । ଯଦି ଆପଣ ୨ ବର୍ଷ ପାଇଁ SBIର FD ଯୋଜନାରେ ୫୦ ହଜାର ଟଙ୍କା ବିନିଯୋଗ କରିଛନ୍ତି, ତେବେ ବ୍ୟାଙ୍କ ଆପଣଙ୍କୁ ୭ ପ୍ରତିଶତ ସୁଧ ହାରର ଲାଭ ଦେଇଥାଏ ଏବଂ ସେହି ଅନୁଯାୟୀ ଆପଣ ମୂଳଧନ ଉପରେ ଉପରେ ମୋଟ ୭୨୧୯ ଟଙ୍କା ପାଇବେ । ଏହାର ଅର୍ଥ ଆପଣଙ୍କ ମାଚ୍ୟୁରିଟି ସମୟରେ ଆପଣଙ୍କୁ ସମୁଦାୟ ୫୭ ହଜାର ୨୧୯ ଟଙ୍କା ମିଳିବ । ଯଦି ଆପଣ ୫ ବର୍ଷର FD ଯୋଜନାରେ ଆପଣଙ୍କର ୫୦ ହଜାର ଟଙ୍କା ବିନିଯୋଗ କରନ୍ତି, ତେବେ ବ୍ୟାଙ୍କ ଆପଣଙ୍କୁ ୬.୫୦ ପ୍ରତିଶତ ହାରରେ ସୁଧ ଦେବ ଏବଂ ଏହି ସୁଧ ହାର ସହିତ ବ୍ୟାଙ୍କ ଆପଣଙ୍କୁ ମୋଟ ୬୯ ହଜାର ୨୧ ଟଙ୍କା ଦେବ । ମାଚ୍ୟୁରିଟି ସମୟରେ ଆପଣଙ୍କୁ ୧୯ ହଜାର ୨୧ ଟଙ୍କା ସୁଧ ଭାବରେ ଦିଆଯିବ ।