Sunday, September 7, 2025
spot_imgspot_imgspot_imgspot_img
Homeପାଣିପାଗଧୋକା ଦେଲା ମୌସୁମୀ !

ଧୋକା ଦେଲା ମୌସୁମୀ !

ଧୋକା ଦେଲା ମୌସୁମୀ, ବଢିଲା ତାତି। ଓଡ଼ିଶା ଛୁଇଁବା ପୂର୍ବରୁ ଲଘୁଚାପ ଫାନ୍ଦରେ ପଡ଼ି ବାଟରେ ଅଟକି ଗଲା। ଦିନେ ଦୁଇଦିନ ବୁନ୍ଦା ଝାଡ଼ି ପ୍ରାକ୍‌ ମୌସୁମୀ ବର୍ଷା ବି ଓଡ଼ିଶାରୁ ମୁହଁ ଫେରାଇ ନେଲା। ଏହାପରେ ରାଜ୍ୟରେ ପୁଣି ବଦଳିଛି ପାଗ; ତାତି ବଢ଼ିଛି, ଆରମ୍ଭ ହୋଇଛି ପ୍ରଚଣ୍ଡ ଗୁଳୁଗୁଳି। ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଭୁବନେଶ୍ବର ୩୯.୪ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱର- ୩୯.୪ ଡିଗ୍ରୀ, ଝାରସୁଗୁଡା- ୩୯ ଡିଗ୍ରୀ, ସମ୍ବଲପୁର- ୩୯ ଡିଗ୍ରୀ, ବାଲେଶ୍ୱର- ୩୮.୪ ଡିଗ୍ରୀ,
ହୀରାକୁଦ- ୩୮.୪ ଡିଗ୍ରୀ, ଚାନ୍ଦବାଲି- ୩୮ ଡିଗ୍ରୀ, ରାଉରକେଲା ରେ୩୭.୨ ଡିଗ୍ରୀ ରହିଛି ତାପମାତ୍ରା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments