ବିଶ୍ଵନାଥ ଯୁବପରିଷଦ କୃଷ୍ଣପ୍ରସାଦ ଆନୁକୁଲ୍ୟରେ ୨୪ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଶ୍ଵନାଥ ବିଦ୍ୟାପୀଠ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚର ଅନ୍ତିମ ଦିବସରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଶ୍ଵନାଥ କ୍ରିକେଟ୍ କ୍ଲବ୍ କୃଷ୍ଣପ୍ରସାଦ ସହ ଇସେନେଶ୍ୱର କ୍ରିକେଟ କ୍ଲବ ବୀରତୁଙ୍ଗ ମଧ୍ୟରେ ୧୫ ଓଭର ବିଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍ ଟି ଅତି ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ଇସେନେଶ୍ୱର କ୍ରିକେଟ କ୍ଲବ କୁ ବିଶ୍ଵନାଥ କ୍ରିକେଟ କ୍ଲବ ୩୦ ରନ୍ ରେ ପରାଜିତ କରିଥିଲା । ଏହାପରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ସୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଶଶିକାନ୍ତ ଲେଙ୍କା, ବକ୍ତା ଭାବେ ଧରଣୀଧର ଶତପଥୀ, ସମ୍ମାନିତ ଅତିଥି ଭାବେ, ପତିତପାବନ ବେହେରା, ପୂର୍ବତନ ସରପଞ୍ଚ ସାରତ ମହାନ୍ତି, କୃଷ୍ଣପ୍ରସାଦ ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ ଭୋଇ, ବିଶ୍ଵନାଥ ଜୁବପରିସଦ ର ଉପଦେଷ୍ଟା ତୋଫାନ ପ୍ରଧାନଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।
ରୋମାଞ୍ଚକର ଥିଲା ବିଶ୍ଵନାଥ ପ୍ରୀମୀୟର ଲିଗ୍ ୨୦୨୫
RELATED ARTICLES