ଏଣିକି ନିୟମ ଉଲଂଘନ କଲେ ସିଧା ସସପେଣ଼୍ଡ ହେବ ଡ୍ରାଇଭିଂ ଲାଇସେନ୍ସ । ଏପ୍ରିଲ୍ ୧ରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭରମାନଙ୍କ ବିରୁଦ୍ଧରେ କଠୋର ନିୟମ ଲାଗୁ କରାଯାଇଛି । ଟ୍ରାଫିକ୍ ଅଧିକାରୀଙ୍କ ଅନୁଯାୟୀ, ଯେଉଁମାନେ ଦୀର୍ଘ ସମୟ ଧରି ଅନଲାଇନ୍ ଚାଲାଣ ଦେଇନାହାଁନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମ ଉଲ୍ଲଂଘନ କରିବା ପରେ ଯେଉଁମାନେ ଚାଲାଣ ଦେଉ ନାହାଁନ୍ତି ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇପାରେ । ସୂଚନା ଅନୁସାରେ ଭାରତରେ ଅନଲାଇନ୍ ଚାଲାଣର ରିକଭରୀ ରେଟ୍ ବହୁତ୍ କମ୍, ଏହାକୁ ବଢ଼ାଇବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ1 ଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କର ଅନଲାଇନ୍ ଚାଲାଣ ଜାରି କରାଯାଏ ଏବଂ ସେ ଚାଲାଣ ତାରିଖରୁ ୩ ମାସ ମଧ୍ୟରେ ଚାଲାଣ ପୈଠ କରନ୍ତି ନାହିଁ, ତେବେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ସସପେଣ୍ଡ କରାଯାଇପାରିବ । ମିଡିଆ ରିପୋର୍ଟ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କର ଏକ ଆର୍ଥିକ ବର୍ଷରେ ଟ୍ରାଫିକ୍ ସିଗନାଲ୍ ନମାନି ଏବଂ ଅସାବଧାନତା ସହ ଗାଡି ଚଲାଇବା ଯୋଗୁ ୩ ଥର ଚାଲାଣ କଟିଥିବ, ତେବେ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ୩ ମାସ ପାଇଁ ସସପେଣ୍ଡ କରାଯିବ । ଏକ ରିପୋର୍ଟ ଅନୁସାରେ, ଭାରତରେ ଅନଲାଇନ୍ ଚାଲାଣର ରିକଭରୀ ରେଟ୍ ମାତ୍ର ୪୦% ରହିଛି । କେବଳ ଏତିକି ନୁହେଁ, ସରକାର ସେହି ଲୋକମାନଙ୍କ ପାଇଁ ଇନସୁରାନ୍ସ ପ୍ରିମିୟମ୍ ବଢ଼ାଇବାକୁ ବିଚାର କରୁଛନ୍ତି, ଯେଉଁମାନେ ପୂର୍ବ ଆର୍ଥିକ ବର୍ଷରୁ ଅତି କମରେ ୨ଟି ଚାଲାଣ ଦେଇନାହାନ୍ତି । ଏଥି ସହ ଲେଟ୍ ଇନଫରମେସନ୍ ଏବଂ କିଛି ଅସୁବିଧା ଥିବା କାରଣୁ ଯୋଗୁଁ କିଏ ଚାଲାଣ ଦେଇନାହାଁନ୍ତି ତାହା ଜାଣିବା ପାଇଁ ସରକାର ଏକ ବ୍ୟାପକ ମାନକ କାର୍ଯ୍ୟପଦ୍ଧତି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ପ୍ଲାନ୍ କରୁଛନ୍ତି । ଯେଉଁମାନେ ଚାଲାଣ ଦେଉନାହାଁନ୍ତି ସେମାନଙ୍କୁ ପ୍ରତି ମାସରେ ମେସେଜ୍ ପଠାଇ ବାକି ଥିବା ଚାଲାଣକୁ ମନେ ପକାଇଦେବା ପାଇଁ ସରକାର ବିଚାର କରୁଛନ୍ତି । ଖବର ଅନୁସାରେ ରାଜଧାନୀ ଦିଲ୍ଲୀ ଅନଲାଇନ୍ ଚାଲାଣ ଆଦାୟ ପଛରେ ପଡିଯାଇଛି । ଦିଲ୍ଲୀରେ କେବଳ ୧୪% ଚାଲାଣ ଅନଲାଇନରେ ପୈଠ କରାଯାଉଛି । ଏଥି ସହ କର୍ଣ୍ଣାଟକରେ ୨୧% ଚାଲାଣ ପେମେଣ୍ଟ ଅନଲାଇନରେ କରାଯାଉଛି । ସେହିଭଳି ତାମିଲନାଡୁ ଏବଂ ଉତ୍ତର ପ୍ରଦେଶରେ ୨୭% ପେମେଣ୍ଟ ଦିଆଯାଉଛି । ମହାରାଷ୍ଟ୍ରରେ, ୬୨% ଚାଲାଣ ପେମେଣ୍ଟ ଅନଲାଇନରେ ଆସେ । ଏଥିରେ ହରିୟାଣା ୭୬% ରିକଭରୀ ରେଟ୍ ସହିତ ଆଗରେ ଅଛି ।