Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜବାହାଘର ପାଇଁ ମିଳିବ ୫୦ ଲକ୍ଷ !

ବାହାଘର ପାଇଁ ମିଳିବ ୫୦ ଲକ୍ଷ !

ଭାରତରେ ବିବାହ ସମାରୋହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ପୁଅ ହେଉ ଅବା ଝିଅ ବାହାଘର ଟଙ୍କାର ବନ୍ଦୋବସ୍ତ ନେଇ ଚିନ୍ତିତ ହୋଇପଡନ୍ତି ବାପା ମାଆ । କାରଣ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମନ ରଖି ଏହି ଶୁଭ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼େ । ଏଥିପାଇଁ ଅଧିକ ସମୟ ସହ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ । ହେଲେ ଏକ ମଧ୍ୟବିତ୍ତ ପରିବାର ପାଇଁ ଏହି ଟଙ୍କା ଯୋଗାଡ଼ କରିବା କାଠିକର ପାଠ ହୋଇଯାଏ । ଏହି ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କଗୁଡ଼ିକ ଦେଉଛନ୍ତି ବାହାଘର ପାଇଁ ଋଣ ବା ମ୍ୟାରେଜ୍‌ ଲୋନ୍ । ଅଧିକାଂଶ ସମୟରେ କାର୍‌ ଲୋନ୍‌, ହୋମ୍‌ ଲୋନ୍‌, ପର୍ସନାଲ୍‌ ଲୋନ୍‌ ବିଷୟରେ ଆଲୋଚନା ହୁଏ । କିନ୍ତୁ ଯଦି ଆପଣ ଆପଣଙ୍କ ବିବାହ କିମ୍ବା ନିଜ ପୁଅଝିଅଙ୍କ ବିବାହ ପାଇଁ ଟଙ୍କା ଆବଶ୍ୟକ କରୁଛନ୍ତି ।

ତେବେ ଡେରି ନକରି ବିବାହ ଲୋନ୍‌ ପାଇଁ ଆବେଦନ କରି ପାରିବେ । ମ୍ୟାରେଜ ଲୋନ୍‌ ଏକ ପ୍ରକାର ପର୍ସନାଲ ଲୋନ୍‌ । ଏହି ଟଙ୍କା ବିବାହ ଖର୍ଚ୍ଚ ଯେପରିକି ଗହଣା କିଣିବା, ଭେନ୍ୟୁ ବୁକିଂ, କ୍ୟାଟେରିଂ ଓ ବିବାହ ସାଜସଜ୍ଜା ଆଦି ପାଇଁ ଖର୍ଚ୍ଚ କରିପାରିବେ । ତେବେ ଏଭଳି ଲୋନ୍‌ ଆଣିଲେ ବ୍ୟାଙ୍କକୁ ଅଧିକ ସୁଧ ଦେବାକୁ ପଡ଼ିବ । ଅର୍ଥାତ ବିବାହ ପାଇଁ ଋଣ ନେଲେ ୧୦ ପ୍ରତିଶତରୁ ୨୪ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେବାକୁ ହେବ । ଏଥିପାଇଁ ଆବେଦନକାରୀଙ୍କ ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବ୍ୟକ୍ତିଙ୍କ ଯୋଗ୍ୟତାକୁ ଦେଖିବା ପରେ ବ୍ୟାଙ୍କ ଆବେଦନକାରୀଙ୍କୁ ୫୦ ହଜାର ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବ । ବ୍ୟାଙ୍କ ସହ ଅନ୍ୟାନ ଫାଇନାନ୍ସିଆଲ ଇନ୍‌ଷ୍ଟିଚ୍ୟୁସନ୍‌ରୁ ଋଣ ନେଇ ପାରିବେ ଲୋକେ ।

ଏଥିପାଇଁ ଆବେଦନକାରୀଙ୍କ ଏକ ସ୍ଥାୟୀ ଆମଦାନୀ ଜରିଆ ରହିଥିବା ଆବଶ୍ୟକ । ଯେଉଁମାନଙ୍କ କ୍ରେଡିଟ୍‌ ସ୍କୋର୍‌ ଭଲ ଥିବ ସେମାନଙ୍କୁ ପ୍ରାଥମିକତା ଦିଆଯିବ । ଋଣ ପାଇଁ ବ୍ୟାଙ୍କରେ କୌଣସି ପ୍ରକାର ବଣ୍ଡ୍‌ କିମ୍ବା ବନ୍ଧକ ରଖିବାର ଆବଶ୍ୟକତା ନାହିଁ । କିନ୍ତୁ ବିବାହ ପର ମାସଠାରୁ ଋଣ ଗ୍ରହୀତାଙ୍କୁ EMI ଦେବାକୁ ହେବ । ଯେଉଁମାନେ ଏହି ସ୍କିମ୍‌ ପାଇଁ ଯୋଗ୍ୟ ସେମାନେ ନିକଟସ୍ଥ ବ୍ୟାଙ୍କରୁ ଏ ବାବଦରେ ଅଧିକ ସୂଚନା ପାଇ ପାରିବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments