Sunday, May 11, 2025
spot_imgspot_imgspot_imgspot_img
Homeମନୋରଞ୍ଜନବଢିଲା ବର୍ଷା ପ୍ରିୟଦର୍ଶୀନିଙ୍କ ଅଡୁଆ !

ବଢିଲା ବର୍ଷା ପ୍ରିୟଦର୍ଶୀନିଙ୍କ ଅଡୁଆ !

ଜାଗୃତିଙ୍କ ହାତ ଧରିବା ପରେ ସବୁ ଦଶାରୁ ବାହାରି ଆସିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଖୁସିରେ ପରିବାରର ସହ ସମୟ ବିତାଉଥିବା ଅନୁଭବଙ୍କୁ ପୁଣି ମିଳିଛି ଆଶ୍ବସ୍ତି । ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ମାମଲାରେ ପୁଣି ସଫଳତା ପାଇଚନ୍ତି ସୁପରଷ୍ଟାର । ବହୁ ଚର୍ଚ୍ଚିତ ଓଲିଉଡ ଷ୍ଟାର ଦମ୍ପତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ସାମ୍ନାକୁ ଆସିଛି । ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ବର୍ଷାଙ୍କୁ ଅନୁଭବ କ୍ଷତିପୂରଣ ଦେବେ ନାହିଁ ।

ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଥିବାବେଳେ, ଅନୁଭବ ମଧ୍ୟ ଦ୍ବିତୀୟ ବିବାହ କରିସାରିଛନ୍ତି । ହେଲେ ୨୦୨୦ ମସିହାରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଏକ ମାମଲା କଟକ ଜେଏମଏଫ୍‌ସି କୋର୍ଟରେ ରୁଜୁ କରାଇଥିଲେ । ଏଥିରେ ସେ ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ । ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି । ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି । ତେଣୁ ବର୍ଷାଙ୍କୁ ଭରଣପୋଷଣ ପାଇଁ ଅନୁଭବ ‌କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି । ଖବର ଅନୁସାରେ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ବିବାହ ବିଚ୍ଛେଦ ପରେ ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କୁ 2ୟ ବିବାହ କରିଛନ୍ତି ଅନୁଭବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments