Monday, September 8, 2025
spot_imgspot_imgspot_imgspot_img
Homeବାଣିଜ୍ୟଏୟାରଟେଲ୍ ଗ୍ରାହକଙ୍କ କମିଲା ଚିନ୍ତା !

ଏୟାରଟେଲ୍ ଗ୍ରାହକଙ୍କ କମିଲା ଚିନ୍ତା !

ଆଜିକାଲି ଟେଲିକମ୍ କମ୍ପାନୀ ଗୁଡିକ ଭିତରେ ପ୍ରତିଯୋଗୀତା ବଢିଯାଇଛି । ଜିଓ ପରେ Airtel ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । Airtelର ବର୍ତ୍ତମାନ ୩୮ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ଏହି ବେସରକାରୀ ଟେଲିକମ୍ କମ୍ପାନୀ ତାର ୟୁଜର୍ସମାନଙ୍କୁ ବହୁତ ଭଲ ଅଫର ମଧ୍ୟ ପ୍ରଦାନ କରିଥାଏ । ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି ଏବଂ ବେଶୀ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ତେବେ କମ୍ପାନର ନୂଆ ପ୍ଲାନ୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ । Airtel ୪୫୧ ଟଙ୍କାର ପ୍ଲାନରେ ୟୁଜର୍ସମାନଙ୍କୁ ଅନେକ OTT ବେନିଫିଟ୍ସ ପ୍ରଦାନ କରୁଛି । ଏହି ରିଚାର୍ଜ ପ୍ଲାନ୍ ଖାସ୍ କରି ସେହି ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯାଇଛି ଯେଉଁମାନେ ଡାଟା ଭାଉଚର ଖୋଜୁଛନ୍ତି ।


Airtel ୪୫୧ ଟଙ୍କାର ରିଚାର୍ଜ ପ୍ଲାନ୍ ହେଉଛି ଏକ ଡାଟା ଭାଉଚର ପ୍ଲାନ୍ । ତେଣୁ ଯଦି ଆପଣ ଏହାକୁ ନିଅନ୍ତି, ତେବେ ଆପଣଙ୍କର ପୂର୍ବରୁ ଏକ ଆକ୍ଟିଭ୍ ପ୍ଲାନ୍ ଥିବା ଆବଶ୍ୟକ । ଏହି ରିଚାର୍ଜ ପ୍ଲାନରେ, କମ୍ପାନୀ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ୩୦ ଦିନର ଭାଲିଡିଟି ପ୍ରଦାନ କରୁଛି । ଏଥିରେ Airtel ୟୁଜର୍ସମାନଙ୍କୁ ୩୦ ଦିନର ଭାଲିଡିଟି ପ୍ରଦାନ କରୁଛି । ଏଥିରେ Airtel ୟୁଜର୍ସମାନେ ୩୦ ଦିନ ପାଇଁ ୫୦ GB ଡାଟା ପାଇବେ । ଏଥିରେ OTT ଷ୍ଟ୍ରିମିଂର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏଥି ସହ ଏଥିରେ ୟୁଜର୍ସମାନଙ୍କୁ ୩ ମାସ ପାଇଁ Jio Hotstar ର ଫ୍ରି ସବସ୍କ୍ରିପସନ୍ ମିଳିବ । ଆପଣଙ୍କୁ ଜଣାଇ ଯେଉଛୁ ଯେ Airtel ର ୫୦୦ ଟଙ୍କାରୁ କମ୍ ମୂଲ୍ୟରେ ଅନେକ ଶସ୍ତା ପ୍ଲାନ୍ ଅଛି । କିଛି ପ୍ଲାନରେ ୟୁଜର୍ସମାନଙ୍କୁ ଡାଟା ଏବଂ OTT ପ୍ରଦାନ କରାଯାଉଛି । Airtel ମଧ୍ୟ ତାର ୟୁଜର୍ସମାନଙ୍କ ପାଇଁ ୩୬୧ ଟଙ୍କାର ଏକ ବଢ଼ିଆ ରିଚାର୍ଜ ପ୍ଲାନ୍ ରଖିଛି । ଏହି ପ୍ଲାନରେ, କମ୍ପାନୀ ଗ୍ରାହକମାନଙ୍କୁ ୩୦ ଦିନ ପାଇଁ ୫୦ GB ଡାଟା ପ୍ରଦାନ କରୁଛି । ଏଥିରେ ଅନ୍ୟ କୌଣସି ବେନିଫିଟ୍ସ ନାହିଁ । ଯଦି ଆପଣ Airtel ସିମ୍ ବ୍ୟବହାର କରୁଛନ୍ତି, ତେବେ ୧୯୫ ଟଙ୍କାର ପ୍ଲାନ୍ ମଧ୍ୟ ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ । ଏହି ପ୍ଲାନରେ କମ୍ପାନୀ ଗ୍ରାହକ୍ଙକୁ ୧୫ GB ଡାଟା ଅଫର କରିଥାଏ । ଏହା ସହିତ ଏହି ପ୍ଲାନରେ ପୁରା ୩ ମାସ ଅର୍ଥାତ୍ ୯୦ ଦିନ ପାଇଁ Jio Hotstar ର ଫ୍ରି ସବସ୍କ୍ରିପସନ୍ ମିଳିପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments