ଆଜିକାଲି ଲୋକମାନେ ଘରର ଛାତ ଉପରେ ବାଲକୋନୀରେ ଗଛ ଲଗାଇବାକୁ ବେଶ ପସନ୍ଦ କରୁଛନ୍ତି । ବିଭିନ୍ନ ପ୍ରକାରର ମନି ପ୍ଲାଣ୍ଟ ଓ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ଆସେ ବୋଲି ବିଶ୍ବାସ ମଧ୍ୟ ରହିଛି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଗଛ ଘର ପାଇଁ ଅଶୁଭ ହୋଇ ଥିବା ବେଳେ ଆଉ କିଛି ଗଛ ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଧନ ବୃଦ୍ଧି କରାଇ ଥାଏ ଏବଂ ସମସ୍ତ ପ୍ରକାରର ବିପଦରୁ ରକ୍ଷା କରିଥାଏ। କୁହାଯାଏ ବେଲ ଗଛ ଭଗବାନ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ବେଲ ଗଛରେ ସ୍ୱୟଂ ଶିବ ବାସ କରିଥାନ୍ତି। ଭଗବାନ ଶିବଙ୍କର ଅତିପ୍ରିୟ ବେଲଗଛ। ବିଶ୍ୱାସ ରହିଛି ଯେଉଁ ଘରେ ବେଲ ଗଛ ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀ ଅନେକ ପିଢ଼ି ପର୍ଯ୍ୟନ୍ତ ବାସ କରିଥାନ୍ତି। ଏହି ଗଛ ଲଗାଇବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ବିପଦ ଦୂର ହୋଇଥାଏ।
ଶ୍ୱେତ ଅରଖ ଗଛରେ ହଳଦୀ, ଅରୁଆ ଚାଉଳ, ଗଙ୍ଗାଜଳ ଦେଇ ପୂଜା କରିବା ଦ୍ୱାରା ଏହି ଅରଖ ଗଛ ଯେତେ ବଢିଥାଏ। ସେଠାରେ ରହୁଥିବା ଲୋକଙ୍କୁ ସୁଖସମୃଦ୍ଧି ପ୍ରାପ୍ତ ହେବା ସହ ପ୍ରଚୁର ଧନର ବର୍ଷା ହେବାର କଥା ରହିଛି। ହିନ୍ଦୁ ଧର୍ମରେ ଅଶୋକ ଗଛକୁ ବହୁତ ଶୁଭ ଓ ଲାଭକାରୀ ମାନା ଯାଇଥାଏ। ଏହି ଗଛ ଦୁଃଖ ନାଶ କରି ସୁଖ ଶାନ୍ତି ପ୍ରଦାନ କରିଥାଏ।।ଏହି ଗଛ ଯେଉଁ ଘରେ ଥାଏ ସେଠାରେ ସେହ୍ନ ସହାନୁଭୂତି ରହିଥାଏ। ଘରେ ସୁଖ ସମୃଦ୍ଧି, ଧନଧାନ୍ୟ ବୃଦ୍ଧି ହୋଇଥାଏ। ଏହା ସହ ଘରର କାହାରି ଅକାଳ ମୃତ୍ୟୁ ହୋଇ ନଥାଏ। ମନ୍ଦାର ଗଛକୁ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ଲଗାଇବା ଉଚିତ। ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଆଖି ରୋଗ, ଅସ୍ଥି ରୋଗ।ଦୂର ହୋଇଥାଏ।
ମଙ୍ଗଳ ଗ୍ରହର ସମସ୍ୟା, ସଂପତ୍ତି ବାଧା, ଆଇନ ଗତ ସମସ୍ୟା ଥିଲେ ପ୍ରତ୍ୟେକ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଅର୍ପଣ କରିବା ଉଚିତ। ଏହା ସହିତ ମା ଦୁର୍ଗାଙ୍କୁ ପ୍ରତ୍ୟେକ ଦିନ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ତ ପ୍ରକାରର ବିପଦ ଦୂର ହୋଇଥାଏ। କଦଳୀ ଗଛ ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଐଶାନ୍ୟ କୋଣ ବା ଉତ୍ତର ପୂର୍ବ କୋଣରେ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ଵାରା ଧନଧାନ୍ୟ ବୃଦ୍ଧି ହୋଇଥାଏ। କଦଳୀ ଗଛ ଛାଇରେ ପାଠ ପଢିଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମାତାଙ୍କ ସ୍ଥାନ ଦିଆଯାଇଛି। ଯେଉଁ ଘରେ ତୁଳସୀ ଗଛକୁ ପୂଜାର୍ଚ୍ଚନା କରାଯାଏ। ସେହି ଘରେ ଭଗବାନ ବିଷ୍ଣୁ ଙ୍କର କୃପା ପ୍ରାପ୍ତ ହୋଇଥାଏ। ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ ନଚେତ ଉନ୍ନତି ବଦଳରେ ଅଧିକ କ୍ଷତି ହୋଇଥାଏ।