୩ ଟଙ୍କାରେ କିଲେ ଟମାଟୋ । ସବୁ ପରିବା ଠୁ ତଳେ ରହିଛି ଟମାଟୋ ଦାମ୍ । ଟମାଟୋର ଅଭାବି ବିକ୍ରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି । ପାରିଶ୍ରମିକ ମିଳୁନଥିବା ଯୋଗୁଁ ହେକ୍ଟର ହେକ୍ଟର ଟମାଟୋ ସେଭଳି ଚାଷଜମିରେ ଛାଡ଼ି ପଳାଉଛନ୍ତି ଚାଷୀ । ବଜାରରେ ଟମାଟୋ କିଲୋ ପ୍ରତି ୧୦ ରୁ ୧୫ ଟଙ୍କାରେ ବିକ୍ରି ହେଉଛି, କିନ୍ତୁ ଚାଷୀମାନେ କିଲୋଗ୍ରାମ ପ୍ରତି ପାଉଛନ୍ତି ମାତ୍ର ୩ ରୁ ୫ ଟଙ୍କା ପାଉଛନ୍ତି। ଯାହାକୁ ସେମାନଙ୍କ ପାରିଶ୍ରମିକ ଠାରୁ ବହୁତ କମ୍ । ଧାର କରଜ କରି ଚାଷ କରିଥିଲା ଚାଷୀ । ହେଲେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ପାଇଁ କାଳ ସାଜିଛି । ଯେତିକି ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲେ ତାର ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି । ପରିସ୍ଥିତି ଏପରି ହୋଇଛି କିଲୋପିଛା ୨/୩ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିବାରୁ ଚାଷୀ ଜମିରୁ ଟମାଟୋ ତୋଳୁନାହାନ୍ତି । ଫଳରେ ଏକର ଏକର ଟମାଟୋ ଜମିରେ ପଚିଗଲାଣି । ପ୍ରତିବର୍ଷ ଟମାଟ ଚାଷୀ ହତାସ ହେଉଛନ୍ତି । ଏତେ ପରିଶ୍ରମ କରି ଏକର ଏକର ଟମାଟ ଚାଷ କରୁଛନ୍ତି । ତା ପରେ ବି ଅମଳ ଟମାଟକୁ ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରାଜ୍ୟରେ ଶିତଳ ଭଣ୍ଡାରର ଅଭାବ କାରଣରୁ ଚାଷୀ କ୍ଷତି ସହୁଛି । ଯଦି ସରକାର ରାଜ୍ୟରେ ଶିତଳ ଭଣ୍ଡାର ଖୋଲନ୍ତେ ତେବେ ଚାଷୀ ଓ ବ୍ୟବସାୟୀ ଟମାଟ ଚାଷରୁ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି କହୁଛନ୍ତି ଚାଷୀ ।