ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ପାଇଁ ରାଜ୍ୟ ସରକାର ବଡ ସମ୍ମିଳନୀ ଆୟୋଜନ କରୁଛନ୍ତି । ଯେଉଁଥିରେ ରାଜ୍ୟର ଉନ୍ନତି ହେବା ସହ ବେକାର ଯୁବକ ଯୁବତୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି । ଆଉ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ନୂଆ ସରକାର । କିଭଳି ଓଡ଼ିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ହେବ ଓ ରାଜ୍ୟର ରାଜସ୍ବ ଦୁଇଗୁନିତ ହେବ ସେ ନେଇ ତତ୍ପର ଅଛନ୍ତି ମୋହନ ସାରାକାର୍ । ପୂର୍ବ ସରକାର ଅନେକ ଥର ମେକ ଇନ୍ ଓଡିଶା ଭଳି ବଡ ବଡ ସମ୍ମିଳନୀ କରିଥିଲେ ମଧ୍ୟ ଓଡିଶାକୁ ସେମିତି କିଛି ଫାଇଦା ମିଳିପରିନହି। ଯାହାକୁ ନେଇ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି । ଏହି ବିରାଟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଆଉ ଓଡିଶାକୁ ଆସିବେ ଆସିବେ ମିତ୍ତଲ, ବେଦାନ୍ତ, JSW, TATA, ବିର୍ଲା ଭଳି ବଡ଼ ବଡ଼ କମ୍ପାନୀ । ବଡ଼ ପୁଞ୍ଜି ନିବେଶ ପାଇଁ ବୁଝାମଣା ହେବ । ଓଡ଼ିଆ ଯୁବକ ଯୁବତୀଙ୍କ ନିଯୁକ୍ତି ଉପରେ ଫୋକସ ରହିବ । ଏମିତି କିଛି ନୂଆ ସ୍ବପ୍ନ ଦେଖିଛନ୍ତି ନୂଆ ସରକାର । ଏହି କନ୍କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି । ୨ ଦିନରେ ହେବାକୁ ଥିବା ଏହି କନ୍କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ନବୀନ ସରକାରଙ୍କୁ ନେଇ ବିଜେପିର ସମାଲୋଚନା ରାଜନୀତିକୁ ଜୋର କରିଛି । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ପୂର୍ବରୁ ଅନେକ MOU ହେଉଥିଲା କିନ୍ତୁ ଗ୍ରାଉଣ୍ଡିଁ ରେଟ କମ ଥିଲା। ଡବଲ ଇଞ୍ଜିନ ସରକାରର ଲକ୍ଷ ଗ୍ରାଉଣ୍ଡିଂ ରେଟ ଅଧିକ ବଢ଼ାଇବ। ୭ ମାସରେ ୨ ଲକ୍ଷ ୭୫ ହଜାର କୋଟି ପ୍ରକଳ୍ପ କୁ ଅନୁମୋଦନ ମିଳି ସାରିଛି। ଉତ୍କର୍ଷ ଓଡ଼ିଶାରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଟାର୍ଗେଟ ସହ ସବୁ ପ୍ରକଳ୍ପକୁ ଗ୍ରାଉଣ୍ଡିଂ ପାଇଁ ଅନୁକୂଳ ବାତାବରଣ ରହିଛି । ଆବଶ୍ୟକ ଭିତ୍ତିଭୂମୀ ବି ପ୍ରସ୍ତୁତ କରାଯିବ। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ସ୍କିଲ ଇନ ଓଡ଼ିଶା ଓ ଷ୍ଟାର୍ଟ ଅପ ଓଡ଼ିଶା ବାବଦରେ ବିଦେଶୀ ପ୍ରତିନିଧିଙ୍କୁ ଅବଗତ କରାଯିବ। ପୂର୍ବ ସରକାର ଶିଳ୍ପ କ୍ଷେତ୍ରରେ ସେତେଟା ସଫଳ ହୋଇପାରିନାହାନ୍ତି । ଆଜି ବି ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ବେରୋଜଗାର ହୋଇ ବୁଲୁଛନ୍ତି । ତେବେ ନୂଆ ଓ ପୁରୁଣା ସରକାରରେ ଏମିତି ଦୋଷାରୋପ ଭିତରେ ଓଡ଼ିଶାରେ ପୁଞ୍ଜିନିବେସ କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।