ମୋହନ ସରକାର ଉପରେ ରାଗିକି ପଞ୍ଚମ ପଶ୍ଚିମବଙ୍ଗ ସରକାର । ରାଗରେ ଓଡିଶା ସରକାରଙ୍କ ଉପରେ ଗର୍ଜିଲେ ଦିଦି । କହିଲେ ବାଘ ଆଳୁ ନୁହଁ ଯେ ମମତା ସରକାର ରଖିଦେବେ । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଏହି ଅଭିଯୋଗ ପରେ କ୍ଷୋଭ ପ୍ରକାଶ କଲେ ମମତା । ବାଘ ଉଦ୍ଧାର ନେଇ ଓଡିଶା ସରକାର ଓ ବନ ବିଭାଗକୁ କଲେ ଟାର୍ଗେଟ । ଜିନ୍ନତକୁ ଓଡିଶା ଫେରେଇବା ପରେ ଜୋର ଧରିଲା ରାଜନୀତି। ଆଉ ଏକ ବାଘ ବେଙ୍ଗଲ ଚାଲିଯାଇଥିବାର ଆଣିଲେ ଅଭିଯୋଗ । ଯଦି ଓଡିଶା ଜଙ୍ଗଲରେ ଜାଗା ନାହିଁ,ତାହେଲେ ଆମ ବ୍ୟାଘ୍ର ଅଭୟାରଣ୍ୟ ରେ ବାଘକୁ ରଖିଦେବାକୁ କହି ମମତା କରିଛନ୍ତି କଟାକ୍ଷ ।
ତମ ଜଙ୍ଗଲରେ ଜାଗା ନାହିଁ ଯଦି ବାଘକୁ ଆମକୁ ଦେଇଦିଅ । ରାଗିକି ଖୋଲା ମଞ୍ଚରେ ଏପରି ମମତା ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ବନ ବିଭାଗ ନିଜେ ଆସୁ ନିଜ ବାଘକୁ ନେଇକିଯାଉ । ଓଡ଼ିଶା ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେ, ତାଙ୍କ ବାଘ ତାଙ୍କ ଜଙ୍ଗଲରୁ ଅନ୍ୟ ରାଜ୍ୟକୁ ନଯାଉ । ପୂର୍ବରୁ ମଧ୍ୟ ବାଘୁଣୀ ଜିନ୍ନତ ବେଙ୍ଗଲ ଯାଇ ପାଞ୍ଚୋଟି ଜିଲ୍ଲାରେ ଆତଙ୍କ ଖେଳେଇଥିଲା । ଯାହା ପାଇଁ ସ୍କୁଲ ଠାରୁ ଘର ସବୁ ବନ୍ଦ ହେଇଯାଇଥିଲା । ଏବଂ ଆମ ବନ ବିଭାଗ ଦିନ ରାତି ଏକ କରି ବାଘୁଣୀକୁ ଉଦ୍ଧାର କଲା । ଯଦି ବାଘ ପଠାଇବାର ଅଛି ତେବେ ସବୁଦିନ ପାଇଁ ପଠାଇଦିଅ । ଆମ ପାଖରେ ଜଙ୍ଗଲ ଅଛି, ଆମ ପାଖରେ ଟାଇଗର ରେସ୍କ୍ୟୁ ସେଣ୍ଟର ଅଛି ତେଣୁ ଆମକୁ କିଛି ସମସ୍ୟା ହେବ ନାହିଁ ବାଘ ରଖିବାରେ । ଓଡିଶା ସରକାରଙ୍କୁ ଅନୁରୋଧ କରୁଛି ନିଜ ଟିମ୍ ପଠାଇ ବାଘ ନେଇଯାଅ । ଏପରି ରାଗ ଗର ଗର ହୋଇ କହିଛନ୍ତି ଦିଦି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ସମ୍ମାନ ପାଇବେ। ଆଇନ ସବୁ ରାଜ୍ୟ ପାଇଁ, ସମସ୍ତେ ମାନିବା କଥା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆହୁରି କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ଭାଜପାର ମୋହନ ଚରଣ ମାଝୀଙ୍କ ସରକାର ଅଛି ବୋଲି ତାଙ୍କର ଟିକେ ଆକ୍ରୋଶ ଅଛି। ଆମ ପାଖରେ ପର୍ଯ୍ୟାପ୍ତ ଜଙ୍ଗଲ ଅଛି। ଜଙ୍ଗଲ ଯେଉଁଠି ଅଛି ଜୀବଜନ୍ତୁ ସେଠାକୁ ଯିବେ। ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି ? ଜାତୀୟ ଜଙ୍ଗଲ ନିୟମ ଅନୁସାରେ ସବୁ ସରକାର ସହଯୋଗ କରିବା କଥା। ସବୁ ସରକାରଙ୍କ ସହଯୋଗ ଆମେ ଆଶା କରୁଛୁ। ଆମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ସେଠାକାର ବନ ବିଭାଗକୁ ଧନ୍ୟବାଦ ଦେଉଛୁ ।
ମୋହନଙ୍କୁ ମମତାଙ୍କ କଟାକ୍ଷ !
ମୋହନ ମମତାଙ୍କ ବାଘ ରାଜନୀତି ।