Friday, January 31, 2025
spot_imgspot_imgspot_imgspot_img
Homeମନୋରଞ୍ଜନଅଲ୍ଲୁଙ୍କ ବଡ ଘୋଷଣା !

ଅଲ୍ଲୁଙ୍କ ବଡ ଘୋଷଣା !

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଅଘଟଣରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ଅଲ୍ଲୁ ଅର୍ଜୁନ । ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ ରାଜୁ ଏବଂ ଅନ୍ୟ ଲୋକେ ଏକାଠି ଦଳାଚକଟାରେ ଆହତ ହୋଇଥିବା ବାଳକଙ୍କ ହାଲଚାଲ ଜାଣିବାକୁ ଡାକ୍ତରଖାନା ଯାଇଥିଲେ। ଏହି ସମୟରେ ବାଳକ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତର ତାଙ୍କୁ କହିଛନ୍ତି। ଡାକ୍ତରଖାନା ପରିଦର୍ଶନ ସମୟରେ ଅଲ୍ଲୁଙ୍କ ବାପା ଦିଲ ରାଜୁଙ୍କୁ ଆର୍ଥିକ ସହାୟତା ଦେଇଥିବା ଚେକ୍‌ ପ୍ରଦାନ କରିଛନ୍ତି। ଏହାକୁ ବାଳକଙ୍କ ପରିବାରକୁ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାଛଡ଼ା ଆଇନ ବ୍ୟବସ୍ଥାକୁ ନେଇ ମଞ୍ଜୁରୀ ବିନା ପୀଡ଼ିତ ପରିବାର ସହ ସିଧାସଳଖ ସମ୍ପର୍କ କରାଯାଇପାରିବ ନାହିଁ ବୋଲି ସେ ଜଣାଇଛନ୍ତି । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ପୁଷ୍ପା ୨ ପ୍ରିମିୟର ହେଉଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ୮ ବର୍ଷର ପୁଅ ଆହତ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମହିଳାଙ୍କ ମୃତ୍ୟୁ ପରେ ପୀଡ଼ିତ ପରିବାର ଅଭିନେତା, ତାଙ୍କ ସୁରକ୍ଷା ଟିମ୍‌ ଏବଂ ଥିଏଟର ମାଲିକଙ୍କ ନାମରେ ଅଭିଯୋଗ କରିଥିଲେ। ଡିସେମ୍ବର ୧୩ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା।ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ଅନ୍ତରୀଣ ଜାମିନ ଦେଇଥିଲେ। ଡିସେମ୍ବର ୧୪ରେ ଅଲ୍ଲୁ ଜେଲରୁ ମୁକୁଳି ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments