Friday, January 31, 2025
spot_imgspot_imgspot_imgspot_img
Homeପାଣିପାଗଓଡ଼ିଶାରେ ଛେଚିବ ବର୍ଷା ଜାରି ହେଲା ସତର୍କ ସୂଚନା !

ଓଡ଼ିଶାରେ ଛେଚିବ ବର୍ଷା ଜାରି ହେଲା ସତର୍କ ସୂଚନା !

ଓଡ଼ିଶାରେ ଛେଚିବ ବର୍ଷା ଜାରି ହେଲା ସତର୍କ ସୂଚନା !

ପୁଣି ଆସୁଛି ବଡ ବର୍ଷା । ଧାନ କଟା ଏବଂ ଅମଳ ସମୟରେ ପାଣିପାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମାଝଡ ପ୍ରଭାବରେ ହେବ ବର୍ଷା । ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ୨ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ଡିସେମ୍ବର ୮ ଓ ୯ ତାରିଖରେ ରାଜ୍ଯରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମାଝଡ ପ୍ରଭାବରେ ୮ ତାରିଖରେ ୫ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ୫ ଜିଲ୍ଲା ହେଉଛି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ । ସେହିଭଳି ୯ ତାରିଖରେ ୫ ଜିଲ୍ଲାରେ ବର୍ଷା ହୋଇପାରେ । ସେହି ୫ ଜିଲ୍ଲା ହେଉଛି ଗଜପତି, ଗଂଜାମ, ନୟାଗଡ଼, କଟକ, ଯାଜପୁର । ଏ ସବୁ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। କ୍ରମଶଃ ଏହା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ୧୧ ରୁ ୧୨ ବେଳକୁ ପହଞ୍ଚିବ । ଫଳରେ ୧୨ ତାରିଖରୁ ରାଜ୍ୟରେ ପୁଣି କୋହଲା ପାଗ ଦେଖିବାକୁ ମିଳିବ । ଫଳରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments