Sunday, May 25, 2025
spot_imgspot_imgspot_imgspot_img
Homeରାଜନୀତିଓଡ଼ିଶା ଆସିବେ ମୋଦି

ଓଡ଼ିଶା ଆସିବେ ମୋଦି

ଓଡ଼ିଶା ଆସିବେ ମୋଦି

ଆସନ୍ତା ୨୯ରେ ଓଡ଼ିଶା ଆସିବେ ମୋଦି । ଭୁବନେଶ୍ବରରେ ପ୍ରଥମ ଥର ପାଇଁ ହେବାକୁ ଥିବା ଡିଜିପି ଓ ଆଇଜି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତିନି ଦିନ ଧରି ଏହି ଡିଜିପି ସମ୍ମିଳନୀ ଚାଲିବ । ପ୍ରଧାନମନ୍ତ୍ରୀ ୨୯ ତାରିଖ ରାତିରୁ ଆସି ଭୁବନେଶ୍ବରରେ ପହଞ୍ଚିବେ । ନଭେମ୍ବର ୩୦ ଓ ଡିସେମ୍ବର ୧ରେ ଡିଜିପି ଓ ଆଇଜି ସମ୍ମିଳନୀରେ ଯୋଗ ଦେଇ ୧ ତାରିଖ ଅପରାହ୍ନରେ ଦିଲ୍ଲୀ ଫେରିଯିବେ । ତିନି ଦିନିଆ ଡିଜିପି ସମ୍ମିଳନୀ ଓ ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ଗ୍ରହଣ କରାଯାଉଛି । ପୋଲିସ ଡିଜି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସବୁ ରାଜ୍ୟର ଡିଜିପି ଓ ବରିଷ୍ଠ ପୋଲିସ ଅଧିକାରୀ ଆସୁଥିବାରୁ ବ୍ଲୁ ବୁକ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକସଭା ଭବନ ସମେତ ଆଖପାଖ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି । ରବିବାର ଦିଲ୍ଲୀରେ ଶେଷ ହୋଇଥିବା ଓଡ଼ିଶା ପର୍ବରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର କାମ କରୁଛନ୍ତି। ୨୦୩୬ ମସିହା ସୁଦ୍ଧା ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ। ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments