ପୁଣି ବିଜେଡିକୁ ବାଟ ଦେଖାଇବେ ନବୀନ ପଟ୍ଟନାୟକ । ନାହାନ୍ତି ନବୀନଙ୍କ ବିକଳ୍ପ । ନିର୍ଦ୍ବନ୍ଦରେ ନିର୍ବାିତ ହେଲେ ନବୀନ । ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତିଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ପଦ ଲାଗି ଶଙ୍ଖ ଭବନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଉ କେହି ନାମାଙ୍କନ କରି ନଥିବାରୁ ନବୀନ ହିଁ ପୁଣି ନିର୍ଦ୍ବନ୍ଦ୍ବରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଥିଲା।
୧୭ ତାରିଖରେ ଶଙ୍ଖ ଭବନରେ ବିଜେଡି ରାଜ୍ୟ ସଭାପତି ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଧାର୍ଯ୍ୟ ହୋଇଥିଲା। ପୂର୍ବାହ୍ଣ ୧୧ଟା ବେଳେ ନବୀନ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ପୂରଣ କରିବା ପରେ ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କୁ ପ୍ରଦାନ କରିଥିଲେ। ୧୮ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା। ୧୯ତାରିଖରେ ନବୀନ ପଟ୍ଟନାୟକ ବିଜେଡିର ସଭାପତି ହେଲେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଗଲା। ଏହାପରେ ବାକି ଥିବା ୧୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ କମିଟି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତି, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ହେବ।
ତେବେ ନବୀନଙ୍କ ହାତରେ ବିଜେଡିର ଗୁରୁ ଦାୟିତ୍ବ ରହିଛି । ଦଳରେ ଗୋଷ୍ଠୀ କନ୍ଦଳ , ଫାଟ, ବିଭିନ୍ନ ବିବାଦ ପରେ ଦଳକୁ ମଜବୁତ୍ କରିବା ପାଇଁ ନବୀନ ସ୍ବତନ୍ତ୍ର ଯୋଜନା କରିବେ ବୋଲି ଆଲୋଚନା ଚାଲିଛି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନବୀନଙ୍କ ନିଷ୍ପତ୍ତି ବେଶ ଗୁରୁତ୍ବ ବହନ କରିବ । ପୁଣି ଥରେ ରାଜ୍ୟବାସୀ ଙ୍କ ଭରସା ଜିତିବା ପାଇଁ ନବୀନ କରିବେ ବଡ ଯୋଜନା । ତେବେ ଆଗାମୀ ଦିନରେ ନବୀନ କେଉଁ ନିଷ୍ପତ୍ତି ନେଉଛନ୍ତି ତା ୁଫରେ ସଭଇଙ୍କ ନଜର ।