Monday, September 8, 2025
spot_imgspot_imgspot_imgspot_img
Homeସ୍ବାସ୍ଥ୍ୟତ୍ୱଚାରେ କାଗଜ ଭଳି ଚମକ ଦେବ ନଡ଼ିଆ କ୍ଷୀର !

ତ୍ୱଚାରେ କାଗଜ ଭଳି ଚମକ ଦେବ ନଡ଼ିଆ କ୍ଷୀର !

ପୂଜାର୍ଚ୍ଚନା ଠୁ କ୍ଷୀରି ପିଠା ସବୁଠି ନଡିଆର ଆବଶ୍ୟକତା ଥାଏ । ନଡ଼ିଆରେ ଅନେକ ଖାଦ୍ୟ ତଥା ପିଠା ପଣା ତିଆରି ହୁଏ । ସେହିପରି ନଡ଼ିଆ କ୍ଷୀର ଏବଂ ନଡ଼ିଆ ତେଲରେ ରୋଷେଇ ହୁଏ । ନଡ଼ିଆରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀରକୁ ସୁସ୍ଥ ରଖିଥାଏ । ନଡ଼ିଆ କ୍ଷୀର ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକାରୀ । ନଡ଼ିଆ ସୁସ୍ଥ ଶରୀର ପାଇଁ ବେଶ୍ ପ୍ରଭାବଶାଳୀ । ନଡ଼ିଆ କ୍ଷୀର ପ୍ରଚୁର ପୋଷାକ ତତ୍ତ୍ୱରେ ଭରପୁର । ଯାହା ବଡ଼ି ଫଙ୍ଗସନ୍ ପାଇଁ ଜରୁରୀ ।

ଯେଉଁଥିପାଇଁ ଡାକ୍ତରମାନେ ଡାଏଟ୍ ପାଇଁ ନଡ଼ିଆକୁ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ନଡ଼ିଆ କ୍ଷୀର ପିଇବା ଦ୍ଵାରା ଆମ ଶରୀରକୁ ଲାଭ ମିଳିଥାଏ । କେବଳ ସେତିକି ନୁହେଁ ନଡିଆ କ୍ଷିରକୁ ଚେହେରାରେ ପ୍ରୟୋଗ କରିବା ଦ୍ବାରା ଚେହେରାରେ ଚମକ ମିଳିଥାଏ । କାରଣ ନଡ଼ିଆ କ୍ଷୀରରେ ଭିଟାମିନ ସି, ଇ, ବି, ମ୍ୟାଗ୍ନେସିୟମ, ପୋଟାସିୟମ, ଆଇରନ ଭଳି ଅନେକ ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ରହିଥାଏ । ନଡ଼ିଆ କ୍ଷୀରରେ ମିଡ଼ିୟମ ଚେନ୍ ଟ୍ରାଇଗ୍ଲିସରାଇଡ୍ସ ରହିଥାଏ । ଯାହା ଦ୍ଵାରା ହାର୍ଟ ଉପରେ ଭଲ ପ୍ରଭାବ ପକାଇବାରେ ସହାୟକ ହୋଇଥାଏ। HDL କୁ ବଢ଼ାଇବା ସହିତ LDL କୁ କମ କରିଥାଏ । ଆମ ଶରୀରର ଓଜନ ଉପରେ ଏହା ନିୟନ୍ତ୍ରଣ ରଖିଥାଏ । ଚର୍ବିକୁ ମଧ୍ୟ ହ୍ରାସ କରିଥାଏ । ଏଥିରେ ଫାଇବର ଗୁଣ ଥିବାରୁ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଖାଲି ପେଟରେ ନଡ଼ିଆ କ୍ଷୀର ପିଇବା ଦ୍ଵାରା ପେଟକୁ ସଫା ରଖିଥାଏ । ସ୍କିନକୁ ହାଇଡ୍ରେଟ ରଖିବା ସହିତ ମାଇଶ୍ଚରାଇଜ କରିଥାଏ । ନଡ଼ିଆ କ୍ଷୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଥିବାରୁ ଏହା ହାଡକୁ ସୁସ୍ଥ ରଖେ । ହାଡକୁ ମଜବୁତ୍ ରଖିଥାଏ । ହାଡ଼ ବୃଦ୍ଧି ପାଇଁ ବେଷ୍ଟ ବୋଲି ମାନଯାଇଥାଏ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments