Monday, September 8, 2025
spot_imgspot_imgspot_imgspot_img
Homeରାଜନୀତିଓଡିଶା ଛାଡିଦେବେ ପାଣ୍ଡିଆନ୍ !

ଓଡିଶା ଛାଡିଦେବେ ପାଣ୍ଡିଆନ୍ !

ଖୁବଶୀଘ୍ର ଓଡ଼ିଶା ଛାଡିବେ ଭି. କାର୍ତ୍ତିକ ପାଣ୍ଡିଆନ । କାରଣ ପାଣ୍ଡିଆନଙ୍କୁ ମିଳିଛି ବଡ଼ ଅଫର । ପୂର୍ବତନ 5T ସଚିବ, ବିଜେଡିରେ ଏକଦା ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ପାଣ୍ଡିଆନ ପୁଣି ଚର୍ଚ୍ଚାରେ । ଏଥର ଆଉ ଠିକଣା ନବୀନ ନିବାସ ନୁହେଁ ବରଂ ନୂଆ ଠିକଣା । କୁହାଯାଉଛି ଯେ ପାଣ୍ଡିଆନଙ୍କୁ ଏକ ଅନ୍ତର୍ଜାତୀୟ ସଂସ୍ଥାରୁ ଅଫର୍‌ ମିଳିଛି। ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ପାଣ୍ଡିଆନ ୨୦୧୧ ମସିହାରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ସିଏମଓରେ ଯୋଗ ଦେଇଥିଲେ। ୨୦୧୪ ଏବଂ ୨୦୧୯ରେ ରାଜ୍ୟରେ ବିଜେଡିର ର୍ନିବିବାଦ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବଜାୟ ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ପରେ, ସେ IAS ରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ୨୦୨୪ ନିର୍ବାଚନରେ ଦଳର ନେତୃତ୍ୱ ନେଇଥିଲେ। କିନ୍ତୁ ସେହି ନିର୍ବାଚନରେ ୨୪ବର୍ଷର ଶାସନାଧୀନ ଦଳ ଭାଜପା ଠାରୁ ପରାଜିତ ହୋଇ ଗାଦିଚ୍ୟୁତ ହୋଇଥିଲା।ଗତବର୍ଷ ଜୁନ୍ ୯ ତାରିଖରେ ବିଜେଡିର ନିର୍ବାଚନ ପରାଜୟର ଦୋଷ ମୁଣ୍ଡାଇ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ପାଣ୍ଡିଆନ । ନିର୍ବାଚନ ସମୟରେ ଦଳର ପୋଷ୍ଟରବୟ ଥିବା ପାଣ୍ଡିଆନ ନିର୍ବାଚନ ପରେ ସତେ ଯେମିତି ଅଜ୍ଞାତବାସକୁ ଚାଲିଯାଇଥିଲେ । କାଁ ଭାଁ ସାମାଜିକ କାର୍ଯ୍ୟକ୍ରମକୁ ଛାଡିଦେଲେ ପାଣ୍ଡିଆନ ସର୍ବସମ୍ମୁଖକୁ ଆସୁନଥିଲେ । କିନ୍ତୁ ନବୀନ ନିବାସରୁ ରହି ଦଳକୁ ଅପରେଟ କରୁଥିବା ଚର୍ଚ୍ଚା ହେଉଥିଲା । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦିନ ଧରି, ପାଣ୍ଡିଆନ ଦଳୀୟ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟି ତାଙ୍କ ମନକଥା ପ୍ରକାଶ କରୁଛନ୍ତି। ପାଣ୍ଡିଆନ ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେ ବିଜେଡି ରାଜନୀତିରେ ଯୋଗଦେବେ ନାହ। ତଥାପି, ସେ ତାଙ୍କର ଈଶ୍ୱର ତୁଲ୍ୟ ମାଲିକ ନବୀନ ପଟ୍ଟନାୟକଙ୍କୁ ଅଣଦେଖା କରିବେ ନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments