ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚ, ଏପ୍ରିଲ ଓ ମେ ଏହି ତିନି ମାସ ହେବ ଅଗ୍ନି ବର୍ଷା । ମାର୍ଚ୍ଚ ମାସରେ ପ୍ରବଳ ଖରା ହେବ । ଏପରିକି ହିଟ ୱେଭ ଅବଧି ବି ଅଧିକ ରହିବ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚ ଆରମ୍ଭରୁ ହିଁ ସୂର୍ଯ୍ୟଙ୍କ କୋପ ବଢ଼ିଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ଆହୁରି ବଢ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଟପିବ । ୧୨ ତାରିଖ ପରେ ଉତ୍ତର ଓଡ଼ିଶା ତାତିବ । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆସନ୍ତା ଦୁଇ ସପ୍ତାହ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ଉପକୂଳ ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ପବନ ବହିବ । ରାତିରେ ପଶ୍ଚିମା ପବନ ବହିବ । ଏଥପାଇଁ ସକାଳୁ ତାପମାତ୍ରା କମ୍ ରହିବ । ୧୨ ତାରିଖ ପରେ ଉପକୂଳ ଓଡ଼ିଶାରେ ମଧ୍ୟାହ୍ନ ଯାଏ ତାତି ସ୍ୱାଭାବିକଠାରୁ ଅଧିକ ରହିବ । ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ଭଳି ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାତି ବଢ଼ିବା ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ସେ ଆକଳନ କରିଛନ୍ତି । ଏଥର ରାଜ୍ୟରେ ଗରମ ସ୍ୱାଭାବିକଠାରୁ କମ୍ ରହିବ ବୋଲି ସେ କହିଛନ୍ତି । ଏପ୍ରିଲ ଓ ଜୁନ୍ ମାସରେ ତାପମାତ୍ରା ସ୍ୱାଭାବିକ ରହିବ। ମେ ମାସରେ ତାତି ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବାର ସମ୍ଭାବନା ରହିଛି । ମଝିରେ ମଝିରେ ବର୍ଷା ହେବା ଯୋଗୁ ତାତି ବଢ଼ିବନି ବୋଲି ସେ କହିଛନ୍ତି ।