Saturday, March 1, 2025
spot_imgspot_imgspot_imgspot_img
Homeନ୍ୟୁଜଆଉ ନାହାନ୍ତି ଉତ୍ତମ ମହାନ୍ତି !

ଆଉ ନାହାନ୍ତି ଉତ୍ତମ ମହାନ୍ତି !

ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ବଳ ତାରକା।

ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ବଳ ତାରକା। ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍‌ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ । ୨୩ ଡିସେମ୍ବର ୧୯୫୮ରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ। ପ୍ରଥମରୁ ଅଭିନେତା ହେବାର ଲକ୍ଷ୍ୟ ନଥିଲେ ମଧ୍ୟ ୧୯୭୭ ମସିହାରେ ସେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଥାପିଥିଲେ। ତା’ପରେ ଆଉ ସେ ପଛକୁ ଫେରି ଚାହିନାହାନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସିନେମା ଭେଟି ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜସ୍ବ ଛାପ ଛାଡ଼ି ଯାଇଛନ୍ତି। ଏମିତି କେଉଁ ଓଡ଼ିଆ ନଥିବେ, ଯିଏ ଉତ୍ତମ ମହାନ୍ତିଙ୍କ ଅଭିନୀତ ସିନେମା ପ୍ରେମରେ ପଡ଼ି ନଥିବେ। ତାଙ୍କର ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ସବୁଥିରେ ନିଆରାପଣ ବାରି ହୋଇପଡ଼ୁଥିଲା। ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ। ଓଲିଉଡ୍‌ରେ ସୁପରଷ୍ଟାର୍ ବୋଲି ଯଦି କାହାରିକୁ ପ୍ରଥମ ଥର ଆଖ୍ୟା ଦିଆଯାଇଥିଲା, ତେବେ ସେ ନିଃସନ୍ଦେହରେ ଥିଲେ ଉତ୍ତମ। ୧୩୫ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଏହା ସହ ଅନେକ ସୁପରହିଟ୍‌ ବଙ୍ଗଳା ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ସ୍ବାକ୍ଷର ଛାଡ଼ିଛନ୍ତି। ବ୍ୟକ୍ତିଗତ ଜୀବନରେ ଉତ୍ତମ ଅତ୍ୟନ୍ତ ଭଦ୍ର, ଅମାୟିକ ଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଜଗତରେ ଛାଇ ଯାଇଥିଲେ ଉତ୍ତମ ମହାନ୍ତି। ତାଙ୍କ ଅବଦାନକୁ ସ୍ବୀକୃତି ଜଣାଇ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି। ସେ ଜୟଦେବ ପୁରସ୍କାର ସମେତ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଉତ୍ତମଙ୍କ ବିୟୋଗରେ ସବୁଠି ଶୋକ ପ୍ରକାଶ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments