Saturday, March 1, 2025
spot_imgspot_imgspot_imgspot_img
Homeରାଜନୀତିଥମୁନି କିଟ୍ ତାତି, ଅଚ୍ୟୁତଙ୍କୁ ନୋଟିସ୍ !

ଥମୁନି କିଟ୍ ତାତି, ଅଚ୍ୟୁତଙ୍କୁ ନୋଟିସ୍ !

ଥମୁନି କିଟ୍ ତାତି, ଅଚ୍ୟୁତଙ୍କୁ ନୋଟିସ୍ !

କିଟ୍ ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ଆଗେଇ ଚାଲିଛି । ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ହାଜିରା ପାଇଁ ଅଚ୍ୟୁତଙ୍କୁ ନୋଟିସ୍ ପଠାଇଛି ଉଚ୍ଚସ୍ତରୀୟ କମିଟି । ଆସନ୍ତାକାଲି ସଂଧ୍ୟା ସାଢ଼େ ୬ଟା ସୁଦ୍ଧା କମିଟି ଆଗରେ ହାଜର ହେବା ପାଇଁ ଅଚ୍ୟୁତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଏ ନେଇ ଅଚ୍ୟୁତଙ୍କୁ ଚିଠି ଲେଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି,ଏହି ଘଟଣାରେ ଯିଏ ବି ସଂପୃକ୍ତ ଥିବେ, ତାଙ୍କ ବିରୋଧରେ ଆକ୍ସନ ନିଆଯିବ। ସେ କିଟ୍‌ କର୍ତ୍ତୃପକ୍ଷ ହୁଅନ୍ତି କି ଅନ୍ୟ କେହି । ସେପଟେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମିକ ଆଦ୍ବିକ ଶ୍ରୀବାସ୍ତବଙ୍କୁ ଅଧିକ ଜେରା ପାଇଁ ତିନି ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ଏହା ଭିତରେ ଆଦ୍ବିକଙ୍କ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ କରାଯିବ । କିଟ୍ ଛାତ୍ରୀ ଆତ୍ମହତ୍ୟା ଓ ନେପାଳୀ ଛାତ୍ରଛାତ୍ରୀଙ୍କ ଉପରେ ଜୁଲୁମ ଘଟଣାରେ ରାଜ୍ୟ ସରକାର ଆପଣାଇଛନ୍ତି କଡ଼ା ଆଭିମୁଖ୍ୟ । ତା ସହ କ୍ୟାମ୍ପସରେ ଯେମିତି ଶାନ୍ତିଶୃଙ୍ଖଳା ଫେରିଆସିବ, ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି । ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସକୁ ଫେରି ଆସିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ ହେଲ୍‌ପ ଲାଇନ୍‌ ଖୋଲାଯାଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ହେଲ୍‌ପ ଡେସ୍କର ନୋଡାଲ ଅଫିସର ରହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments