ବାହା ହେବାକୁ ଯାଉଛନ୍ତି ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି । ଖୁବଶୀଘ୍ର ୨ୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ତେବେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ଥାନ୍ତି ସେତିକି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ତାଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା ଲାଗି ରହିଥିଲା ତାଠାରୁ ଅଧିକ ଆଲୋଚନା ବି ହେଉଥିଲା । ଆଉ ଦୀର୍ଘ ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ତାହା କୁଆଡେ ଏବେ ସତ ହେବାକୁ ଯାଉଥିବା କୁହାଯାଉଛି । ଖୁବଶୀଘ୍ର ସେ ହାତକୁ ଦୁଇ ହାତ ହେବେ । ତେବେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି । ବର୍ଷା ପ୍ରିୟଦର୍ଶୀନିଙ୍କ ଠାରୁ ଅଲଗା ହେବା ପରେ କାହାକୁ ଜୀବନସାଥୀ କରିବାକୁ ଯାଉଛନ୍ତି ଅନୁଭବ । ସେନେଇ କଳ୍ପନାଜଳ୍ପନ ଲାଗି ରହିଛି । ଏହା ଭିତରେ ମାର୍ଚ୍ଚ6ରେ ଅନୁଭବ ମହାନ୍ତିଙ୍କ ନିର୍ବନ୍ଧ ହେବ ବୋଲି ବେଶ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଖାଲି ସେତିକୁ ନୁହେଁ ବରଂ ମାର୍ଚ୍ଚ ୧୧ ତାରିଖରେ ସେ ବିବାହ କରିବାକୁ ଯଉଥିବା ମଧ୍ୟ କୁହାଯାଉଛି । ଦୀର୍ଘ ଦିନ ଧରି ଯେଉଁ ନାଁ ଚର୍ଚ୍ଚାରେ ରହିଛି ତାଙ୍କୁ ହିଁ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ସେ ହେଉଛନ୍ତି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା । ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଅନୁଭବନ ଓ ଜାଗୃତି । ତେବେ ଏହି ଖବର ନେଇ ମୁହଁ ଖୋଲିନାହାନ୍ତି ଜାଗୃତି କିମ୍ବା ଅନୁଭବ । ସମୟ ଆସିଲେ ଏହା ଗୁଜବ ନା ଏଥିରେ ସତ୍ୟତା ରହିଛି ତାହା ସ୍ପଷ୍ଟ ଜଣାପଡିବ ।