Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜ48 ଘଣ୍ଟାରେ ଶେଷ ହେବେ ଆତଙ୍କବାଦୀ ସାମ୍ରାଜ୍ୟ !

48 ଘଣ୍ଟାରେ ଶେଷ ହେବେ ଆତଙ୍କବାଦୀ ସାମ୍ରାଜ୍ୟ !

ଆଉ ଶୂନ୍ୟରେ ଯିବନି ସାଧାରଣ ଲୋକଙ୍କ ଜୀବନ । ଭୂସ୍ବର୍ଗରେ ଘଟିଥିବା ଘଟଣା ଆଉ ରିପିଟ୍ ହେବନି । ଲୋକଙ୍କ ଭିତରେ ଏଭଳି ବିଶ୍ବାସ ସୃଷ୍ଟି କରିଛନ୍ତି ସରକାର । କାରାଣ ଏବେ ଆତଙ୍କୀଙ୍କ ଖେଳ ସରିବ । କାରଣ ମାଟିରେ ମିଶୁଛି ଆତଙ୍କବାଦୀଙ୍କ ଘର । ଆଉ ୪ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ୪ ଆତଙ୍କବାଦୀଙ୍କ ଘରକୁ ବିସ୍ପୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍ , ସାହିଦ ଅହମ୍ମଦ ଓ ଜାକିରର ଘରକୁ ମାଟିରେ ମିଶାଇ ଦିଆଯାଇଛି ।

ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୪ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି । ଗତକାଲି ଭାରତୀୟ ସେନା ଦୁଇ ଆତଙ୍କବାଦୀଙ୍କ ଘର ଉଡାଇ ଦେଇଥିବା ବେଳେ ଏବେ ଆଉ ୪ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସେନା । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ତଲାସି ଚଳାଇଛି ଭାରତୀୟ ସେନା । ବୈଠକ ପରେ ନୂଆ ନୂଆ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆଉ ଭାରତରେ ଚଳିବନି ଆତଙ୍କି ରାଜ । ଆତଙ୍କବାଦୀଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ ଓ ସାଧାରଣ ଲୋକେ । ଏଣିକି ଆଉ କ୍ଷମା ନାହିଁ ଖୋଜି ଖୋଜି ଆତଙ୍କି ସାମ୍ରାଜ୍ୟ ବିନାଶ କର ବୋଲି ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ଜନତା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments