Saturday, March 1, 2025
spot_imgspot_imgspot_imgspot_img
Homeରାଜନୀତି୫ ବର୍ଷରେ ନମ୍ବର ୧ ହେବ ଓଡ଼ିଶା !

୫ ବର୍ଷରେ ନମ୍ବର ୧ ହେବ ଓଡ଼ିଶା !

ଓଡିଶା ପାଇଁ ମୋହନଙ୍କ ସ୍ବତନ୍ତ୍ର ପ୍ଲାନ୍

ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ବୈଠକ ଶେଷ ହୋଇଛି । ଓଡ଼ିଶାର ବିକାଶ କିଭଳି ହେବ ସେ ନେଇ ସ୍ୱତନ୍ତ୍ର ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶେଷ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତି ସହ ବିକାଶ ଏବଂ କାମକୁ ଅନୁଧ୍ୟାନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଏହାସହ ଆଗାମୀ ଦିନରେ ଓଡ଼ିଶା କେମିତି ଗୁରୁତ୍ଵ ଦେବ, ସମୃଦ୍ଧ ଓଡ଼ିଶା କରିବା ପାଇଁ ଚିନ୍ତନ କରାଯାଇଛି । କମିଶନ ୪ ତାରିଖ ଆସିବା ପରେ ଜନଜାତି ସଂଗ୍ରହାଳୟ, କଳିଙ୍ଗ ଷ୍ଟାଡିୟମ୍ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରିଥିଲେ । ମୋହନ ସରକାରଙ୍କ ସହ କମିଶନଙ୍କ ସହ ସ୍ୱତନ୍ତ୍ର ଆଲୋଚନା ହୋଇଛି । ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ସହ ଗଠନ ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ବିକାଶ ମୂଳକ ଆବଶ୍ୟକତା ଓ ଆର୍ଥିକ କ୍ଷମତା ନେଇ ଆଲୋଚନା ହୋଇଛି । କମିଶନଙ୍କ ନିକଟରେ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ୨୦୨୬-୨୦୩୧ ଯାଏଁ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବ ବୋଲି ଆଶା ଅଛି । ଏହାକୁ ଆଧାର କରି କମିଶନ ନିକଟରେ ଦାବି ରଖାଯାଇଛି । କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ୪୧ ପ୍ରତିଶତ ରାଜ୍ୟମାନଙ୍କୁ ବଣ୍ଟନ କରାଯାଉଛି । ଏହାକୁ କେମିତି ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି ରଖାଯାଇଛି । ଉଭୟ ଲିଖିତ ଓ ବକ୍ତବ୍ୟ ମାଧ୍ୟମରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଟିକସର ରାଜ୍ୟ ମାନଙ୍କୁ ନିର୍ଦ୍ଧାରିତ ସୂତ୍ରରେ ବଣ୍ଟନ କରାଯାଏ । ଓଡ଼ିଶାର ୪.୫୨୮ ପ୍ରତିଶତ ଭାଗ ଓଡ଼ିଶା ପାଇଥାଏ । ଏହାକୁ ୪.୯୬୪ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି ରଖାଯାଇଛି । ମୋଟ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ସ୍ଥିର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏହା ଦ୍ବାରା ଅର୍ଥ ପଞ୍ଚାୟତିରାଜ ଓ ପୌର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିପାରିବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ୭୫ ପ୍ରତିଶତ କେନ୍ଦ୍ର ଦେଇଥାଏ ଓ ୨୫ ଭାଗ ରାଜ୍ୟ ଦିଏ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା । ତେଣୁ କେନ୍ଦ୍ର ସରକାର ନିକଟରେ ୧୦୦ ପ୍ରତିଶତ ଦେବା ପାଇଁ ଦାବି ରଖାଯାଇଛି । ସ୍ୱାସ୍ଥ୍ୟ, ଜଳ ଯୋଗାଣ, ପରିମଳ ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ବାବଦକୁ 9,88,422 କୋଟି ଟଙ୍କା ଦାବି ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ ୧ ଲକ୍ଷ ୧୦ ହାଜର ୪୩୪ କୋଟି ଟଙ୍କା ଦାବି କରାଯାଇଛି । ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ ୩୬ କୋଟି ଟଙ୍କା ଦାବି । Sdrf ପାଇଁ ୩୧ ହାଜର ୪ କୋଟି ଟଙ୍କା, sdmf ପାଣ୍ଠିପାଇଁ ୨୯ ହଜର ୨୫୨ କୋଟି ଟଙ୍କା ଦାବି କରାଯାଇଛି । ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କା ଦାବି ରଖାଯାଇଛି । ପୂର୍ବ ଅପେକ୍ଷା ଅଧିକ ଆର୍ଥିକ ସହାୟତା ଆସିବ ବୋଲି ଆଶା ଅଛି । ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଫୋକସ୍, msme ଉପରେ ଫୋକାସ, ବନ୍ଦର ଆଧାରିତ ଅର୍ଥନୀତି ଉପରେ ଫୋକସ, ଦକ୍ଷତା ବିକାଶ ଉପରେ ଫୋକସ ସହ ୪ କୋଟି ୭୦ ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା । ଏହି ଯୋଜନା କେତେ ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments